ରାଜ୍ୟ

ସ୍ଥିତି ଆକଳନ ଚାଲିଛି, ଆବଶ୍ୟକ ପଡିଲେ ହେବ ସମ୍ପୂର୍ଣ୍ଣ ଅନ୍‌ଲକ୍‌: ଡ଼ିଏମଇଟି

ସତ୍ୟଶିଖା(ଭୁବନେଶ୍ୱର) ୨୭.୦୭.୨୦୨୧: ରାଜ୍ୟରେ ସଂକ୍ରମଣ ତଳ ଉପର ହେଉଛି । ଯେଉଁଠି ଅଧିକ ସଂକ୍ରମଣ ରହୁଛି ସେଠାରେ ଆମେ ଅଧିକ ଫୋକସ୍ ଦେଇ କମେଇବାକୁ ଚେଷ୍ଟା କରୁଛୁ । ଭୁବନେଶ୍ୱରରେ ଲୋକମାନଙ୍କ ଯାତାୟାତ ଅଧିକ ରହୁଥିବାରୁ ଏଠି ସଂକ୍ରମଣ ଅଧିକ ରହୁଛି । ତେଣୁ ଭୁବନେଶ୍ୱରରେ ଆମେ ସର୍ଭିଲାନ୍ସ ବଢ଼େଇଛୁ । ଆଶା କରିବା ଆଗାମୀ ଦିନରେ ଏଠାରେ ସଂକ୍ରମଣ ବି କମିବ ବୋଲି କହିଛନ୍ତି ଡ଼ିଏମଇଟି ସିବିକେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆବଶ୍ୟକ ପଡ଼ିଲେ ସମ୍ପୂର୍ଣ୍ଣ ଅନଲକ ହେବ । ଯଦି ସେମିତି ଆବଶ୍ୟକ ନ ହୁଏ , ତେବେ ଅନଲକ ହେବ ନାହିଁ । ପରିସ୍ଥିତିକୁ ଆକଳନ କରି ନିଷ୍ପତ୍ତି ନିଆଯିବ । ତରବରିଆ ଭାବେ ନିଷ୍ପତ୍ତି ନେଲେ ଆମ ପାଇଁ ବିପଦ ଆଡ଼କୁ ଅଗ୍ରସର ହେବା । ତେଣୁ ଆମକୁ ଅଧିକ ସାବଧାନତା ରଖିବାକୁ ପଡିବ ।

ସେହିପରି ଦେଶରେ ମଧ୍ୟ କରୋନା ସଂକ୍ରମଣ କିଛି ଦିନ ହେବ କରୋନା ସଂକ୍ରମଣ ବୃଦ୍ଧି ଓ ହ୍ରାସ ପାଇବାରେ ଲାଗିଛି । ତେବେ ଯେଉଁଠି  କରୋନା କେସ୍‌ ବଢୁଛି , ଏହା ତୃତୀୟ ଲହରର ଲକ୍ଷଣ ବୋଲି ଧରାଯିବ । କାରଣ ପ୍ରତି ମହାମାରୀରେ ଏମିତି ଦେଖାଯାଇଛି । ତେଣୁ ଆମକୁ ସତର୍କତା ସହ ରହିବାକୁ ପଡିବ । ଯଦି ଆମେ ସତର୍କ ହେବା, ତେବେ କରୋନାର ୩ୟ ଲହର ଅଧିକ ମାରାତ୍ମକ ହେବାରୁ ରକ୍ଷାକରିପାରିବା ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ ୨୪ଘଣ୍ଟାରେ ୧୬୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୦ଜଣଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ଦୈନିକ ସଂକ୍ରମଣ  ୨ହଜାର ତଳକୁ ରହୁଥିବା ମୃତ୍ୟୁ ସଂଖ୍ୟା ଅଧିକ ରହୁଛି । କିନ୍ତୁ ରାଜ୍ୟ ସରକାରଙ୍କ ମତରେ, ଏବେ କରୋନା ମୃତ୍ୟୁର ଅଡିଟ ଚାଲିଛି । ତେଣୁ ମୃତକ ସଂଖ୍ୟା ଅଧିକ ରହୁଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୦୮୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୭୭୪୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୪୭୩୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୬୩୪ ସଂଖ୍ୟା ପହଞ୍ଚିଥିବା ବେଳେ ଅନ୍ୟ ରୋଗ ଯୋଗୁଁ ୫୩ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୫୭୧୮୮୯୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Show More
Back to top button