ବଜାଜ ବିଶ୍ୱର ସବୁଠୁ ମୂଲ୍ୟବାନ ଦୁଇଚକିଆ କଂପାନି

ସତ୍ୟଶିଖା (ମୁମ୍ବାଇ) ୦୫/୦୧/୨୦୨୧ : ଷ୍ଟକ ବଜାରରେ ବଜାଜ ଅଟୋର ସେୟାର ମୂଲ୍ୟ ବୃଦ୍ଧି ପାଇବା ପରେ ଏହା ବିଶ୍ୱର ସବୁଠୁ ମୂଲ୍ୟବାନ ଦୁଇଚକିଆ କଂପାନି ଭ‌ାବେ ଉଭା ହୋଇଛି । ଷ୍ଟକ ବଜାରରେ କଂପାନିର ମୂଲ୍ୟ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି । ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ରେ ବଜାଜ ଅଟୋର ସେୟାର ମୂଲ୍ୟ ୩୪୭୯ ଟଙ୍କା ଭଳି ଉଚ୍ଚ ସ୍ତରରେ ପହଞ୍ଚିବାରୁ କଂପାନିକୁ ଏହି ଉପଲବ୍ଧି ମିଳିଛି । ବିଶ୍ୱର ଅନ୍ୟ କୌଣସି ଦୁଇଚକିଆ କଂପାନି ଏଭଳି ସ୍ତରରେ ଆଜି ପର୍ଯ୍ୟନ୍ତ ପହଞ୍ଚିନାହାନ୍ତି ।ବଜାଜ ଅଟୋର ପରିଚାଳନା ନିର୍ଦେଶକ ରାଜୀବ ବଜାଜ କହିଛନ୍ତି ଯେ ମୋଟରସାଇକଲ୍ ବର୍ଗ ଉପରେ ଦିଆଯାଉଥିବା ଗୁରୁତ୍ବ ଓ ଅନ୍ୟମାନଙ୍କ ଠାରୁ ଅଲଗା ରହିବାର ଉଦ୍ୟମ ସହ ବିଶ୍ୱସ୍ତ‌ରୀୟ ହେବାର ଅଭିଳାଷ ଯୋଗୁଁ କଂପାନି ସାରା ବିଶ୍ୱର ସବୁଠୁ ମୂଲ୍ୟବାନ ଦୁଇଚକିଆ ଯାନ ସଂସ୍ଥା ଭାବେ ଉଭା ହୋଇଛି । ଗ୍ରାହକମାନଙ୍କୁ ସେବା ପ୍ରଦାନ କରିବା ସହ ଆହୁରି ଅଧିକ ଉଲ୍ଲସିତ କରିବାରେ ଏହି ମାନ୍ୟତା ଆମକୁ ଅନୁପ୍ରାଣିତ କରିବ ବୋଲି ସେ କହିଛନ୍ତି । ବଜାଜ ଅଟୋ ନିଜସ୍ବ ବ୍ରାଣ୍ଡ୍‌ ବ୍ୟତୀତ ସ୍ବିଡେନ୍‌ର ମୋଟରସାଇକଲ୍ କଂପାନି କେଟିଏମ୍‌ର ବାଇକ୍ ମଧ୍ୟ ବିକ୍ରି କରୁଛି । ବ୍ରିଟେନ୍‌ର ଟ୍ରାମ୍ଫ୍‌ ମୋଟରସାଇକଲ୍ ସହ ଏହା ସହଯୋଗିତା ସ୍ଥାନ ପରି ଭାରତରେ ଟ୍ରାମ୍ଫ୍‌ର ବାଇକ୍ ନିର୍ମାଣ କରୁଛି । ପୁନେ, ଉତ୍ତରାଖଣ୍ଡ ଓ ଔରଙ୍ଗାବାଦରେ ବଜାଜ ଅଟୋର ତିନିଟି କାରଖାନା ଅଛି ।

Exit mobile version