ସତ୍ୟଶିଖା ୦୫/୦୨/୨୦୨୧ : ବଜାଜ ଫାଇନସର୍ଭର ଋଣପ୍ରଦାନ ଏବଂ ବିନିଯୋଗ ଶାଖା ବଜାଜ ଫାଇନାନ୍ସ ଲିମିଟେଡ୍ (ବିଏଫ୍ଏଲ୍) ୩୬ ରୁ ୬୦ ମାସର ଅବଧି ପାଇଁ ସ୍ଥାୟୀ ଜମା (ଏଫଡି) ହାରକୁ ୪୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛି । ୫ କୋଟି ଟଙ୍କାରୁ କମ ଜମା ଉପରେ ଏହି ସଂଶୋଧିତ ସୁଧହାର ଗତ ଫେବୃଆରୀ ୧, ୨୦୨୧ ରୁ ଲାଗୁ ହୋଇଛି । ପରିବର୍ତ୍ତିତ ସୁଧହାର ନୂତନ ଜମା ଓ ପରିପକ୍ବ ହେଉଥିବା ଜମାର ନବୀକରଣ ଉପରେ ଲାଗୁ ହେବ । ୧୨ ମାସରୁ ୨୩ ମାସ ମଧ୍ୟରେ ଏଫଡି ପାଇଁ ୫ ବେସିସ୍ ପଏଣ୍ଟ ବୃଦ୍ଧି, ଏବଂ ୨୪ ମାସରୁ ୩୬ ମାସ ମଧ୍ୟରେ ଏଫଡି ପାଇଁ ୩୦ ବେସିସ୍ ପଏଣ୍ଟ ବୃଦ୍ଧି ହୋଇଛି । ୩୬ ରୁ ୬୦ ମାସ ମଧ୍ୟରେ ଅବଧିପାଇଁ ୪୦ ବେସିସ୍ ପଏଣ୍ଟ ବୃଦ୍ଧି ହୋଇଛି ।
ସ୍ଥାୟୀ ଜମା ଉପରେ ସୁଧହାର ବୃଦ୍ଧି କଲା ବଜାଜ ଫାଇନାନ୍ସ
