ଦେଶଧର୍ମନ୍ୟୁଜ୍ରାଜନୀତିସ୍ପେଶାଲ୍ ରିପୋର୍ଟ

ବାବ୍ରି ମସଜିଦ୍ ଶୁଣାଣି: ଘରୁ ବାହାରି ଆଡଭାନୀ କହିଲେ- ଜୟ ଶ୍ରୀରାମ l

ସତ୍ୟଶିଖା (ନୂଆଦିଲ୍ଲୀ) ୩୦/୦୯/୨୦୨୦ : ବାବ୍ରି ମସଜିଦ ଧ୍ବଂସ ମାମଲାରେ ଶେଷ ନିଷ୍ପତି ଶୁଣାଇଛନ୍ତି ଲକ୍ଷ୍ମୌର ସ୍ବତନ୍ତ୍ର କୋର୍ଟ । କୋର୍ଟଙ୍କ ନିଷ୍ପତିରେ ଖୁସି ବ୍ୟକ୍ତ କରିଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ସେ ତାଙ୍କର ଏକ ଭିଡିଓ ବାର୍ତାରେ କୋର୍ଟଙ୍କ ନିଷ୍ପତିକୁ ମହତ୍ତ୍ୱପୂର୍ଣ୍ଣ ଓ ଐତିହାସିକ କହିଛନ୍ତି । କୋର୍ଟ ଆଡଭାନୀଙ୍କ ସମେତ ୩୨ ଜଣଙ୍କୁ ନିର୍ଦ୍ଦୋଷ ଭାବେ ଖଲାସ କରିଛନ୍ତି ।

ତେବେ ଆଡଭାନୀ ଘରୁ ବାହାରି ନିଜର ଖୁସି ଜାହିର କରିଛନ୍ତି । ସେ କହିଛନ୍ତି ବହୁତ ଦିନ ପରେ ଭଲ ଖବର ମିଳିଲା । ଏହା ସହ ଜୟ ଶ୍ରୀରାମ ନାରା ଦେଇଛନ୍ତି । ଆଜି କୋର୍ଟ ଯେଉଁ ନିଣ୍ର୍ଣୟ ନେଇଛନ୍ତି ତାହା ନିହାତି ଐତିହାସିକ । ଏହା ନିହାତି ଅତ୍ୟନ୍ତ ଖୁସିର ଦିନ। କୋର୍ଟଙ୍କ ଫଇସଲା ତାଙ୍କ ବ୍ୟକ୍ତିଗତ ଓ ବିଜେପିର ରାମ ଜନ୍ମଭୂମି ମୁଭମେଣ୍ଟ ଭାବନାକୁ ମଧ୍ୟ ଠିକ୍ ପ୍ରାମଣିତ କରିଛି । ସେ ଏ ନିଷ୍ପତିକୁ ହୃଦୟର ସହ ସ୍ବାଗତ କରିଥିବା କହିଛନ୍ତି ।

କୋର୍ଟ ବାବ୍ରି ମସଜିଦକୁ ପୂର୍ବ ନିୟୋଜିତ କହି ନ ଥାନ୍ତି । ଏହା ଅଚାନକ ହୋଇଥିବା କହିଛନ୍ତି । ସିବିଆଇର କୌଣସି ସାକ୍ଷ୍ୟକୁ ସ୍ବୀକାର ନ କରି ୨୮ ବର୍ଷର ଏ ମାମଲାରେ ନିଷ୍ପତି ଆଜି ଶୁଣାଇଛନ୍ତି ।

Show More
Back to top button