ଦେଶନ୍ୟୁଜ୍ରାଜନୀତିସ୍ପେଶାଲ୍ ରିପୋର୍ଟ

ବାବ୍ରି ମସଜିଦ୍ ଭଙ୍ଗା ମାମଲା: ଆଡଭାନୀ, ଯୋଶୀ, ଉମା ଭାରତୀଙ୍କ ସମେତ ସମସ୍ତ ୩୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ l

ସତ୍ୟଶିଖା (ଅଯୋଧ୍ୟା) ୩୦/୦୯/୨୦୨୦ : ବାବ୍ରି ମସଜିଦ୍ ଭଙ୍ଗା ମାମଲାର ଶୁଣାଣିରେ ସିବିଆଇର ସ୍ପେଶାଲ ବିଚାରପତି ସୁରେନ୍ଦ୍ର କୁମାର ଯାଦବ ସମସ୍ତ ୪୯ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି । ମାମଲାର ଶୁଣାଣି ସମୟରେ ୧୭ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି । ବାକି ୩୨ ଅଭିଯୁକ୍ତଙ୍କୁ ବିଚାରପତି ଦୋଷମୁକ୍ତ କରିଛନ୍ତି । ବିଚାରପତି ଶୁଣାଣିରେ କହିଛନ୍ତି ଯେ ୧୯୯୨ ଡିସେମ୍ବର ୬ ତାରିଖରେ ଯାହା ଘଟିଥିଲା ତାହା ପୂର୍ବ ନିୟୋଜିତ ଘଟଣା ନଥିଲା । ଘଟଣା ଆକସ୍ମିକ ଥିଲା । ଏହାସହ ଅଭିଯୁକ୍ତଙ୍କ ବିରୋଧରେ କୌଣସି ସାକ୍ଷୀ ମଧ୍ୟ ମିଳିନାହିଁ ବୋଲି ସେ କହିଛନ୍ତି ।ବିଚାରପତି ଶୁଣାଣିରେ କହିଛନ୍ତି ଯେ, ଘଟଣା ଦିନ ତତ୍କାଳୀନ ଅଧ୍ୟକ୍ଷ ସ୍ବର୍ଗୀୟ ଅଶୋକ ସିଂହଲ ଉଗ୍ର ଭିଡକୁ ରୋକିବାକୁ ଚେଷ୍ଟା କରିଥିଲେ । ବିଚାରପତି ଅଶୋକ ସିଂହଲଙ୍କ ଏକ ଭିଡିଓ ସମ୍ପର୍କରେ ମଧ୍ୟ କହିଥିଲେ । ସେ କହିଛନ୍ତି ଯେ, ଯେଉଁସବୁ ଅଭିଯୁକ୍ତମାନେ ସେଠାରେ ଉପସ୍ଥିତ ଥିଲେ ସମସ୍ତେ କାରସେବକଙ୍କୁ ରୋକିବାକୁ ପ୍ରୟାସ କରିଥିଲେ । ଏମିତି କୌଣସି ସାକ୍ଷୀ ମିଳିନାହିଁ ଯେଉଁଥିରୁ ପ୍ରମାଣ ହେବ ଯେ ଏଥିପାଇଁ ଷଡଯନ୍ତ୍ର ରଚାଯାଇଥିଲା ।ନିର୍ଦ୍ଦୋଷରେ ଖଲାସ ହୋଇଥିବା ୩୨ଅଭିଯୁକ୍ତଙ୍କ ମଧ୍ୟରେ ସାମିଲ ଅଛନ୍ତି ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀ, ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂହ, ଉମା ଭାରତୀ, ବିନୟ କାଟିଆର, ସାଧଭି ୠତୁମଭରା, ମହନ୍ତ ନୃତ୍ୟ ଗୋପାଳ ଦାସ, ଡକ୍ଟର ରାମ ଭିଲାସ ବେଦାନ୍ତୀ, ଚମ୍ପତ ରାୟ, ମହନ୍ତ ଧର୍ମେନ୍ଦ୍ର, ସତୀଶ, ପୱନ କୁମାର ପାଣ୍ଡେ, ଲାଲୁ ସିଂ, ପ୍ରକାଶ ଶର୍ମା, ବିଜୟ ବାହାଦୂର ସିଂ, ସାନ୍ତୋଷ ଦୁବେ, ଗାନ୍ଧୀ ଯାଦବ, ରାମଜୀ ଗୁପ୍ତା, ବ୍ରଜ ଭୂଷଣ ଶରଣ ସିଂ, କମଲେଶ ତ୍ରିପାଠୀ, ରାମଚନ୍ଦ୍ର ଖଟ୍ରି, ଜୟ ଭଗବାନ୍ ଗୋୟଲ, ଓମ ପ୍ରକାଶ ପାଣ୍ଡେ, ଅମର ନାଥ ଗୋୟଲ , ମହାରାଜ ସ୍ୱାମୀ ସାକ୍ଷୀ, ବିନୟ କୁମାର ରାୟ, ନବୀନ ଭାଇ ଶୁକ୍ଲା, ଆର.ଏନ୍ ଶ୍ରୀବାସ୍ତବ, ଆଚାର୍ଯ୍ୟ ଧମେନ୍ଦ୍ର ଦେବ, ସୁଧୀର କୁମାର କକ୍କର ଏବଂ ଧର୍ମେନ୍ଦ୍ର ସିଂ ଗୁରୁଜାର ।

Show More
Back to top button