ସତ୍ୟଶିଖା ( ମାଲକାନଗିରି ) ସ୍ମୃତି ରଞ୍ଜନ ନାୟକ ୨୬.୦୭.୨୦୨୦ : ଆମେ ନିକଟରେ ଗୁଣିଗାରଡ଼ିରେ ବଶବର୍ତ୍ତୀ ହୋଇ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା ଆଦିବାସୀ ସମ୍ପ୍ରଦାୟର ଜଣେ ପୀଡିତା ଜିଲ୍ଲା ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବା ଖବର ପ୍ରକାଶକରିଥିଲୁ l ଏହି ଖବର ପ୍ରକାଶ ପାଇବା ପରେ ଭୂତ, ପ୍ରେତ, ଗୁଣିଗାରେଡି ଭଳି କୁସ୍ଚିତ ଚିନ୍ତାଧାରାକୁ ଦୂର କରିବା ପାଇଁ ଅଣ୍ଟା ଭିଡିଛନ୍ତି ଜିଲ୍ଲା ପ୍ରଶାସନ l ଯାହା ଦ୍ବାରା ରୋଗ ବ୍ୟାଧି ପାଇଁ ଲୋକେ ଆଉ ଗୁଣିଗାରେଡି ପ୍ରତି ଆଗ୍ରହ ପ୍ରକାଶ ନକରି ଡାକ୍ତରଖାନା ପଟକୁ ମୁହାଁଇବେ । ଗୁଣିଗାରିଡି ଓ ଅନ୍ଧବିଶ୍ୱାସ ମଣିଷକୁ ଏମିତି ଏକ ନିମ୍ନ ସ୍ତରକୁ ନେଇଯାଏ ଯେ ଏପରିକି ବେଳେବେଳେ ହତ୍ୟାକାଣ୍ଡର ପରିସ୍ଥିତିବି ଆସି ଉପୁଜେ । ଅନେକ ସମୟରେ ଏମିତିବି କିଛି ପରିସ୍ଥିତି ଆସି ପହଞ୍ଚେ ଯେଉଁଥି ପାଇଁ ଗୁଣିଗାରେଡିର କୁପ୍ରଭାବ ଓ ଅନ୍ଧବିଶ୍ବାସ ଯୋଗୁଁ ନିରୀହ ଜୀବନ ବଳିପଡେ lଏଭଳି ସ୍ଥିତିରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଲୋକଙ୍କୁ ସଚେତନ କରିବା ଦିଗରେ ଏକ ଅଭିନବ ପ୍ରୟାସ କରିଛି ।
ଗୁଣିଗାରେଡି ଭଳି ଅନ୍ଧବିଶ୍ବାସଠୁ ଦୂରେଇ ରଖିବାକୁ ଦୃଷ୍ଟିରେ ରଖି ଶନିବାର ସ୍ଥାନୀୟ ଏସପି ଅଫିସ ଠାରେ ଏକ ସଚେତନତା ରଥକୁ ଉଦଘାଟନ କରାଯାଇଛି ।
ଏହି ସଚେତନତା ରଥକୁ ମାଲକାନଗିରି ସ୍ବତନ୍ତ୍ର ଉନ୍ନୟନ ବିକାଶ ପରିଷଦର ଚେୟାରମ୍ୟାନ୍, ଜିଲ୍ଲାପାଳ, ଏବଂ ଏସପି ପତକା ଦେଖାଇ ଡିପିଓ ଅଫିସ ଠାରେ ଉଦଘାଟନ କରିଛନ୍ତି । ଏହି ରଥ ମାଧ୍ୟମରେ ଲୋକମାନେ କିଭଳି ଗୁଣିଗାରେଡିକୁ ବିଶ୍ବାସ ନକରିବେ,କିଭଳି ସେସବୁ ଠାରୁ ଦୁରେଇ ରହିବେ ସେ ଉପରେ ବାର୍ତ୍ତା ଦିଆଯାଇଥିବା ବେଳେ ବ୍ୟାନର ମାଧ୍ୟମରେ ମାଲକାନଗିରି ଜିଲ୍ଲାର ନାଗରିକମାନଙ୍କୁ ନିବେଦନ କରାଯିବ ବୋଲି ଏସପି ଓ ଜିଲ୍ଲାପାଳ କହିଛନ୍ତି । ଏହି ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ମାଲକାନଗିରି ଜିଲ୍ଲାର ସାଧାରଣ ଜନତାଙ୍କ ମଧ୍ୟରେ ଗୁଣିଗାରେଡିର ଶିକାର ଓ ଏହିଭଳି ଅଭ୍ୟାସରେ ଲିପ୍ତ ରହିବାର ପ୍ରତିକୂଳ ପରିସ୍ଥିତି ବିରୁଦ୍ଧରେ ସଚେତନତା ସୃଷ୍ଟି କରିବାକୁ ଏହା ଲକ୍ଷ୍ୟ ରହିଛି । ସେହିପରି କୋଭିଡ-19 ମହାମାରୀକୁ ସଫଳତାର ସହ ମୁକାବିଲା କରିବା ପାଇଁ ସାମାଜିକ ଦୂରତା ନିର୍ଦ୍ଦେଶାବଳୀ ଅନୁସରଣ କରିବା ଏବଂ ମାସ୍କ ପିନ୍ଧିବାର ମହତ୍ୱ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ରଖି ଆଗେଇ ଚାଲିଛି ସଚେତନ ବାର୍ତ୍ତା ବାହକ ରଥ l