ମୋବାଇଲ୍ ଚୋରି ଉଦ୍ୟମ ପଡ଼ିଲା ମହଙ୍ଗା: ଚଳନ୍ତା ଟ୍ରେନ୍‌ ଝରକାରେ ଫସିଗଲେ

ସତ୍ୟଶିଖା( ପାଟନା )୧୬.୦୯ . ୨୦୨୨:  ଟ୍ରେନ ଯାତ୍ରୀଙ୍କ ଠାକୁ ମୋବାଇଲ ଝାମ୍ପିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ସେ ଟ୍ରେନର ଝରକା ପଟେ ମୋବାଇଲ ନେବାକୁ ଚେଷ୍ଟା କରୁଥିବା ବେଳେ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ମୋବାଇଲ ତ ମିଳିଲାନି। ବରଂ ସେ ଟ୍ରେନର ବାହାର ପଟେ ଝରକା ଓହଳି ରହି ଦୀର୍ଘ ୧୦ କିମି ବାଟ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଅତିକ୍ରମ କରିଛନ୍ତି।

ଚୋରି କରିବାକୁ ଆସିଥିବା ଯୁବକଙ୍କ ଦୁଇ ହାତକୁ ଯାତ୍ରୀମାନେ ଝରକା ପଟେ ଭିଡ଼ି ଧରି ତାଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି। ଝରକା ପଟେ ଝୁଲି ରହିଥିବା ଅବସ୍ଥାରେ ଚୋର ଜଣଙ୍କ ବାରମ୍ବାର କ୍ଷମା ମାଗିଥିଲେ ମଧ୍ୟ ହାତକୁ ଭିଡ଼ି ଧରିଥିବା ଦୁଇ ଜଣ ଯାତ୍ରୀ କିଛି ବି ଶୁଣି ନଥିଲେ। ଏହି ଘଟଣାଟି ସେପ୍ଟେମ୍ବର ୧୪ରେ ବିହାରରେ ଘଟିଥିଲା। ଏବେ ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନଟି ବେଗୁସରାଇରୁ ଖଗରିଆ ଯାଉଥିଲା। ଏଥିରେ ବସିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଯୁବକ ଜଣଙ୍କ ସାହେବପୁର କମଲ ଷ୍ଟେସନରେ ମୋବାଇଲ ଛଡ଼ାଇବାକୁ ଝରକା ପଟେ ଚେଷ୍ଟା କରିଥିଲେ। ତେବେ ସେ ମୋବାଇଲ ଝାମ୍ପିବା ବେଳେ ସତର୍କ ଥିବା ଯାତ୍ରୀ ଜଣଙ୍କ ତାଙ୍କ ହାତକୁ ଧରି ପକାଇଥିଲେ।

Exit mobile version