ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା

ସତ୍ୟଶିଖା ୧୮/୦୧/୨୦୨୧ : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ ଘଟଣାରେ ଜଣଙ୍କୁ ଅଟକ ରଖିଲା ଟାଉନ ଥାନା ପୋଲିସ । ଅନ୍ୟମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ରବିବାର ରାତିରେ କାଶୀପୁରଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡିକୁ ଆକ୍ରମଣ ସହ ଡ୍ରାଇଭର ଓ ପିଏସଓଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ପିସିସି ସଭାପତି ଅଳ୍ପକେ ବର୍ତ୍ତିଯାଇଥିଲେ । ଏକ ବୋଲେରୋରେ ଆସି ତାଙ୍କ ଗାଡିକୁ ଅଟକାଇ ତାଙ୍କ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ ମାରିଥିଲେ ଦୁର୍ବୃତ୍ତ । ଘଟଣାସ୍ଥଳରୁ ପିସିସି ସଭାପତିଙ୍କୁ କଂଗ୍ରେସ କର୍ମୀ ଉଦ୍ଧାର କରିଥିଲେ । ଏ ନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା । ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ ଦାବିରେ କଂଗ୍ରେସ ଭବନ ସମ୍ମୁଖ ରାସ୍ତାରେ ଟାୟାର ଜାଳି କଂଗ୍ରେସ କର୍ମୀ ରାସ୍ତା ଅବରୋଧ କରିଥିଲେ ।

Exit mobile version