ଚଢ଼ାଉ କଲେ ଅବକାରୀ ବିଭାଗ ଵାଲା

ସତ୍ୟଶିଖା(ଅନୁଗୋଳ) ୧୧/୧୨/୨୦୨୦ : ଅନୁଗୋଳ ଜିଲ୍ଲା କଣିହାଁ ଥାନା ଡେରେଙ୍ଗ ଗାଁରେ ତାଳଚେର ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିଛି । ଏଥିସହ ୨ ଜଣଙ୍କୁ ଗିରଫ କରିଛି । ଡେରେଙ୍ଗ ଗ୍ରାମରେ ବେଆଇନ ଦେଶୀ ମଦ ତିଆରି ଓ ବିକ୍ରି ଖବର ପାଇ ଅବକାରୀ ବିଭାଗ ଓ ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ବାଡ୍ ମିଳିତ ଭାବରେ ଚଢ଼ାଉ କରିଥିଲେ । ଚଢାଉ ବେଳେ ୧୬୦ଲିଟର ପ୍ରସ୍ତୁତ ମଦ, ୩୯୦୦ କେଜି ମହୁଲ ପୋଚ ଓ ୧୫ ଲିଟର ବିଦେଶୀ ମଦ ମଧ୍ୟ ଜବତ କରାଯାଇଛି । ବେଆଇନ ମଦ କାରବାର ଅଭିଯୋଗରେ ଡେରେଙ୍ଗ ଗ୍ରାମର ଅଭୟ ସାହୁ ଓ ବୁଦ୍ଧିଆ ସାହୁଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

Exit mobile version