ସତ୍ୟଶିଖା (କଟକ) ୨୩/୦୨/୨୦୨୧ :କଟକରେ ନକଲି ନକଲି ସିମେଣ୍ଟ କାରଖାନା ଉପରେ ଚଢାଉ କରିଛନ୍ତି କମିଶନରେଟ୍ ପୋଲିସ । ଗୋଦାମ ଘରୁ ବିପୁଳ ପରିମାଣର ଭେଜାଲ ସିମେଣ୍ଟ ଜବତ ମଧ୍ୟ କରାଯାଇଛି । ଖବର ଅନୁଯାୟୀ, ଚାରିଆଡ଼େ ମାଡିଛି ନକଲି ଚେର । ନକଲି କାରଖାନା ନେଇ ପୁଣି ଆକ୍ସନକୁ ଆସିଛି କମିଶନରେଟ୍ ପୋଲିସ । କଟକ ଜଗତପୁର ସ୍ଥିତ କେନ୍ଦ୍ରାପଡା-ଚାନ୍ଦବାଲି ରୋଡର ଖଇରା ବ୍ରିଜ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ଏଠାରେ ଅଲଟ୍ରାଟେକ ସିମେଣ୍ଟ ନାଁରେ ନକଲି କରାଖାନା କରି ବେଧଡ଼କ ବେପାର ଚାଲିଥିଲା । ବଜାରକୁ ଅପମିଶ୍ରିତ ସାମଗ୍ରୀ ମଧ୍ୟ ଛାଡୁଥିଲେ । ଯାହାର ଖବର ପାଇବା ପରେ କମିଶନରେଟ୍ ପୋଲିସ କଡ଼ା ନଜର ରଖିଥିଲା । ଏହି ପ୍ରରିପେକ୍ଷୀରେ ଆଜି ଉକ୍ତ କାରଖାନରେ ଚଢାଉ କରିଛି କମିଶନରେଟ୍ ପୋଲିସ । ଚଢାଉ ସମୟରେ ଗୋଦାମରେ ବିପୁଳ ପରିମାଣର ଭେଜାଲ ସିମେଣ୍ଟ ଠାବ ହୋଇଛି । ଯାହାକୁ ଜବତ କରିଛି କମିଶନରେଟ୍ ପୋଲିସ । ତେବେ କମିଶନରେଟ୍ ପୋଲିସର ଚଢାଉ ସମୟରେ କାରଖାନାର ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଛାନ୍ଭିନ୍ ଜାରି ରଖିଛି କମିଶନରେଟ୍ ପୋଲିସ ।
କଟକରେ ନକଲି ସିମେଣ୍ଟ କାରଖାନା ଉପରେ ଚଢାଉ,ବିପୁଳ ପରିମାଣର ଭେଜାଲ ସିମେଣ୍ଟ ଜବତ
