ନ୍ୟୁଜ୍ରାଜ୍ୟ

ଏଟିଏମ୍‌ ଲୁଟ୍‌ ଘଟଣା: ବାଂଲାଦେଶ ଲିଙ୍କ୍‌ ସନ୍ଦେହ

ସତ୍ୟଶିଖା( ଭୁବନେଶ୍ୱର)୧୬.୦୪.୨୦୨୨ : ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ଏଟିଏମ୍ ତାଡ଼ି ନେଇ ୨୦ ଲକ୍ଷ ଲୁଟ୍ ମାମଲାର ପର୍ଦ୍ଦାଫାସ୍ ହୋଇଛି। କମିଶନରେଟ୍ ପୋଲିସ୍‌ ୨ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଂଲାଦେଶୀ ହୋଇଥିବା ବେଳେ ଅନ୍ୟ ଜଣେ କୋଲକାତାର ହୋଇଥିବା ସୂଚନା ମିଳିଛି। ସିସିଟିଭି ସର୍ଭେଲାନ୍ସରେ ଥିବା ଏଟିଏମକୁ ଦୁର୍ବୃତ୍ତମାନେ କିଭଳି ଭାବେ ତାଡ଼ି ନେଇ ଲକ୍ଷାଧିକ ଟଙ୍କା ଲୁଟ୍‌ କରିବାରେ ସଫଳ ହେଲେ, ତାହା କମିଶନରେଟ୍‌ ପୋଲିସ୍‌ ପାଇଁ ଏକ ଖୋଲା ଚ୍ୟାଲେଞ୍ଜ ହୋଇଥିଲା। ତେବେ ଏହି ଘଟଣାରେ ରାଜସ୍ଥାନରେ ହୋଇଥିବା ଏଟିଏମ୍ ଲୁଟ୍‌ ଘଟଣା ସହ ସାମଞ୍ଜସ୍ୟ ଥିବା ସନ୍ଦେହ କରାଯାଉଥିଲା। କାରଣ ରାଜସ୍ଥାନରେ ଲୁଟେରାମାନେ ଯେଉଁ ଷ୍ଟାଇଲରେ ଏଟିଏମ୍ ଲୁଟ୍‌ କରିଥିଲେ ଲିଙ୍ଗିପୁର ଏଟିଏମ୍‌ ଲୁଟ୍‌ ସମାନ ଷ୍ଟାଇଲରେ ହୋଇଥିଲା। ହେଲେ ଲିଙ୍ଗିପୁର ଏଟିଏମ୍‌ ଲୁଟ୍‌ ଘଟଣା ପଛରେ ବାଂଲାଦେଶ ଲିଙ୍କ୍‌ ଥିବା ସନ୍ଦେହ କରାଯାଉଛି।

Show More
Back to top button