ରାଜନୀତି

ତୈଳଦର ବୃଦ୍ଧି ପ୍ରତିବାଦରେ ଯୁବକଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର(ସତ୍ୟଶିଖା): କ୍ରମାଗତ ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

କ୍ରମାଗତ ୨୦ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସର ନବନିଯୁକ୍ତ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ଦଳର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତୈଳଦର ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରି ଯୁବକଂଗ୍ରେସ କର୍ମୀମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଏହାସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯଦି ଆଗାମୀ ଦିନରେ ତୈଳ ଦର ହ୍ରାସ ନକରିବେ ତା’ହେଲେ ଯୁବ କଂଗ୍ରେସ ସମସ୍ତ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଚେତାବନୀ ଦେଇଛି।

ଆହୁରି ପଢ଼ନ୍ତୁ

ଆଜିର ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ନେତୃବୃନ୍ଦ ମହମ୍ମଦ ଅଲିମ୍‌, ଆର୍ଯ୍ୟବୀର ଲେଙ୍କା, ସ୍ୱାଗତ କର, ସଂକୁନା କହଁର, ରଂଜିତ୍ ପାତ୍ର, ନିହାର ରଂଜନ ବେହେରା, ପ୍ରେମଜିତ ମହାନ୍ତି, ନଳିନୀକାନ୍ତ ନାୟକ, ଜ୍ଞାନରଂଜନ ରାଉତ, ବିଶ୍ୱରଂଜନ ଦାସଙ୍କ ସମେତ ବହୁ ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ

[ad_2]
Show More
Back to top button