ସତ୍ୟଶିଖା (ଭୁବନେଶ୍ୱର) ୦୯/୧୨/୨୦୨୦ : ଆୟବହିର୍ଭୂତ ଓ ଦୁର୍ନୀତି ମାମଲାରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ପ୍ରଥମେ ଭିଜିଲାନ୍ସ ଗିରଫ କରିଥିଲା । ନିଯୁକ୍ତି ଜାଲିଆତି ଓ ଠକେଇ ମାମଲାରେ ଛନ୍ଦି ହୋଇପଡିଥିବା ଆକାଶଙ୍କ ବିରୋଧରେ ଏବେ ସବୁଠାରୁ ଅଧିକ ମାମଲା ରୁଜୁ ହୋଇଛି । ଆକାଶଙ୍କ ବିରୋଧରେ ଏପର୍ୟ୍ୟନ୍ତ ୪ଟି ମାମଲା ରୁଜୁ ହୋଇସାରିଲାଣି । ଭିଜିଲାନ୍ସ ଦୁର୍ନୀତି ଓ ଆୟବହିର୍ଭୂତ ସମ୍ପତ୍ତିର ଦୁରୁପଯୋଗ କରିବା ଭଳି ମାମଲା ରୁଜୁ କରି ତାଙ୍କୁ ଗିରଫ କରିବାର ୬ ମାସ ପୂର୍ବରୁ କ୍ରାଇମ୍ବ୍ରାଞ୍ଚ ନିକଟରେ ଟାଟା ମୋଟର୍ସ ପକ୍ଷରୁ ଆକାଶଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । କ୍ରାଇମ୍ବ୍ରାଞ୍ଚ ଏବେ ତତ୍ପର ହୋଇପଡିଛି । ଆକାଶଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡ଼ି) ପକ୍ଷରୁ ବେନାମୀ ସମ୍ପତ୍ତି କାରବାର ନେଇ ଏକ ମାମଲା ରୁଜୁ କରିଥିବା ବେଳେ କମିସନରେଟ୍ର ଖାରବେଳନଗର ଥାନା ପୁଲିସ ଏକ ଠକେଇ ଓ ଧମକ ମାମଲା ରୁଜୁ କରିଛି ।
ପ୍ରଦୀପଙ୍କ ଇଙ୍ଗିତରେ ଆକାଶ ଚଳାଇଥିଲା ସାମ୍ରାଜ୍ୟ
