Uncategorizedଅପରାଧନ୍ୟୁଜ୍ରାଜ୍ୟ
ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ କଲେକ୍ଟର


ସତ୍ୟଶିଖା(ରାଉରକେଲା ) ୦୮.୦୨.୨୦୨୨ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଉରକେଲାର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ମନୋରଞ୍ଜନଙ୍କ ଛେଣ୍ଡ୍ ସ୍ଥିତ ୨ଟି ଘର, କାର୍ଯ୍ୟାଳୟ , ଭୁବନେଶ୍ୱର ଗୋଠପଟାଣାରେ ଥିବା ଅପାଟମେଣ୍ଟ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।
ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼ର ଜିଲ୍ଲାର ଭିଜିଲାନ୍ସ ଟିମ୍ ମିଳିତଭାବେ ଏହି ଚଢ଼ାଉ କରିଛନ୍ତି। ଵର୍ତ୍ତମାନ ଯାଏ ଭିଜିଲାନ୍ସ କିଛି ସରକାରୀ କାଗଜପତ୍ର ଜବତ କରିବା ସହିତ ବିଶେଷ ତଥ୍ୟ ମିଳିପାରିନାହିଁ।