ଦେଶନ୍ୟୁଜ୍ରାଜନୀତିରାଜ୍ୟ

ବିଧାନସଭା ନିର୍ବାଚନ: ୪ଟି ରାଜ୍ୟରେ ଆଗରେ ବିଜେପି, ପଞ୍ଜାବରେ ଆପ

ସତ୍ୟଶିଖା( ନୂଆଦିଲ୍ଲୀ )୧୦.୦୩.୨୦୨୨ : ବିଧାନସଭା ନିର୍ବାଚନ ଫଳାଫଳ: ୫ଟି ରାଜ୍ୟରେ ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଆଜି ଭୋଟ ଗଣତି ହେଉଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ,ବିଜେପି ୪ଟି ରାଜ୍ୟରେ ଆଗୁଆ ଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ପଞ୍ଜାବରେ କଂଗ୍ରେସକୁ ପଛରେ ପକାଇ ଆମ ଆଦମୀ ପାର୍ଟି ଆଗରେ ରହିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଗୋଆ, ପଞ୍ଜାବ, ମଣିପୁର, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସକାଳ ୮ରୁ କଡା ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣତି ଚାଲିଛି।

Show More
Back to top button