ନ୍ୟୁଜ୍

ଭୂକମ୍ପରେ ଥରିଲା ଆସାମ l

ସତ୍ୟଶିଖା : ୨୭/୦୨/୨୦୨୫: ପୁଣି ଭୂକମ୍ପରେ ଥରିଲା ଆସାମ । ଆସାମ ମୋରିଗାଓଁରେ ଭୂକମ୍ପ । ରାତି ପ୍ରାୟ ୨ଟା ୨୫ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ ହୋଇଛି । ୫.୦ ତୀବ୍ରତାର ଭୂକମ୍ପ ଏକ ମଧ୍ୟମ ଧରଣର ଭୂକମ୍ପ । ତେବେ ଆସାମ ଭୂକମ୍ପର କେନ୍ଦ୍ର ସ୍ଥଳ କେଉଁଠି ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ। କ୍ଷୟକ୍ଷତି କଣ ହୋଇଛି, ସେନେଇ ମଧ୍ୟ ତଥ୍ୟ ହସ୍ତଗତ ହୋଇ ନାହିଁ ।

ଗୌହାଟୀ, ସିଲଂ ଏବଂ ଆସାମର ଅନ୍ୟ କିଛି ସ୍ଥାନ ସମେତ ବାଂଲାଦେଶ, ଭୂଟାନ, ଚୀନରେ ମଧ୍ୟ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି । ବିଳମ୍ବିତ ରାତିରେ ଏହି ଝଟ୍‌କା ଲାଗିବାରୁ ଲୋକମାନେ ଭୟରେ ଉଠି ପଡିଥିଲେ । ତେବେ ଭୂକମ୍ପ ଜନିତ କୌଣସି ବଡ଼ କ୍ଷୟକ୍ଷତିରେ ସୂଚନା ନାହିଁ ।
ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଗୁରୁବାର ଭୋର ୨.୨୫ ମିନିଟରେ ଭୂମିକମ୍ପ ହୋଇଥିଲା । ଏହାର ଗଭୀରତା ଥିଲା ୧୬ କିଲୋମିଟର ।

ଗତ ୨୫ ତାରିଖ ସକାଳେ ଓଡ଼ିଶାରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଭୁବନେଶ୍ୱର, ବାଲେଶ୍ୱର, ବାରିପଦା ଓ ପାରାଦୀପରେ ଭୂକମ୍ପ ଝଟ୍‌କା ଲାଗିଥିଲା । ବଙ୍ଗୋପସାଗରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୧ । ପୁରୀରୁ ୨୮୬ ଓ ଭୁବନେଶ୍ୱରରୁ ୨୯୭ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ସେହିପରି ବ୍ରହ୍ମପୁର ଠାରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ ଥିଲା । ଭାରତ ସମେତ ବାଂଲାଦେଶରେ ମଧ୍ୟ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା । ଭୂକମ୍ପ ଦ୍ୱାରା କିଛି କ୍ଷୟ କ୍ଷତି ହୋଇନଥିଲା ।ସେହିଭଳି ଜାନୁଆରୀରେ ମଧ୍ୟ ଭୁ-କମ୍ପ ଅନୁଭବ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ମାପ କରାଯାଇଥିଲା । ଯଦିଓ ଭୂମିକମ୍ପର ଝଟକା ମୃଦୁ ଥିଲା, କିନ୍ତୁ ଲୋକମାନେ ଭୟଭୀତ ହୋଇଯାଇଥିଲେ । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ମିଆଁମାର ଥିଲା ଏବଂ ଏହାର ଗଭୀରତା ୧୦୬ କିଲୋମିଟର ଥିଲା ।

Show More
Back to top button