

ସତ୍ୟଶିଖା( ଭୁବନେଶ୍ୱର)୨୦.୦୮ . ୨୦୨୨: ଘୋଷଣା ହେଲା ASO ପରୀକ୍ଷା ତାରିଖ । ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ବନ୍ୟା ସ୍ଥିତି ପାଇଁ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ASO ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏବେ ସେହି ପରୀକ୍ଷା କରାଯିବା ନେଇ ତାରିଖ ଘୋଷଣା କରାଯାଇଛି। ଆସନ୍ତା ୨୭ ତାରିଖ ମାନେ ଶନିବାର ଦିନ ଏହି ପରୀକ୍ଷା ହେବ ।
ଏନେଇ OPSC ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀକ୍ଷା ନେଇ ସମସ୍ତଙ୍କ ମନରେ ସନ୍ଦେହ ଥିଲା ଯେ, କେବେ ପରୀକ୍ଷା ହେବ। ଏସବୁ ଦ୍ୱନ୍ଦ ଉପରୁ ପରଦା ହଟିଛି।