ଖେଳଦେଶନ୍ୟୁଜ୍ବିଦେଶ

୨୦୨୩ ସେପ୍ଟେମ୍ବରରେ ଚୀନ୍‌ରେ ଏସୀୟ କ୍ରୀଡ଼ା

ସତ୍ୟଶିଖା( କୁଏତ ସିଟି  )୨୦.୦୭ . ୨୦୨୨:   ଚୀନ୍‌ ୨୦୨୩ ଏସୀୟ କ୍ରୀଡ଼ା ଆୟୋଜନ କରିବ। ଏ ନେଇ ଆୟୋଜକଙ୍କ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। କରୋନା ପାଇଁ ୨୦୨୨ ହାଙ୍ଗଝାଓ ଏସୀୟ କ୍ରୀଡ଼ାକୁ ସ୍ଥଗିତ କରି ଦିଆ ଯାଇଥିଲା। ଉକ୍ତ ପ୍ରତିଯୋଗିତା ୨୦୨୩ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ଅଲିମ୍ପିକ୍‌ସ କାଉନସିଲ ଅଫ ଏସିଆ ପକ୍ଷରୁ ଘୋଷଣା କରାଯାଇଛି। ଏସୀୟ କ୍ରୀଡ଼ା -୨୦୨୨ ସେପ୍ଟେମ୍ବରରେ ଆୟୋଜିତ ହେବାର ଥିଲା। ଚୀନରେ କରୋନା ସଂକ୍ରମଣ ବଢିବା ପରେ ଆୟୋଜକଙ୍କ ପକ୍ଷରୁ ଏସୀୟ କ୍ରୀଡ଼ାକୁ ସ୍ଥଗିତ କରି ଦିଆ ଯାଇଥିଲା। ଚୀନର ବଡ ସହର ସାଙ୍ଘାଇରୁ ଏସୀୟ କ୍ରୀଡ଼ା ଆୟୋଜିତ ହେବାକୁ ଥିବା ହାଙ୍ଗଝାଓ ୨୦୦ କିଲୋମିଟର ଦୂରତ୍ବ। ଦେଶରେ କରୋନା ସଂକ୍ରମିତ ବୃଦ୍ଧି ପାଇବା ନେଇ ଶାସକ କମ୍ୟୁନିଷ୍ଟ ଦଳ ପକ୍ଷରୁ ଏସୀୟ କ୍ରୀଡ଼ାକୁ ସ୍ଥଗିତ କରିବାକୁ ଦାବି କରା ଯାଇଥିଲା। ଶେଷରେ ଆୟୋଜକଙ୍କ ପକ୍ଷରୁ ଏସୀୟ କ୍ରୀଡ଼ାକୁ ସ୍ଥଗିତ ରଖା ଯାଇଥିଲା । ଏସୀୟ କ୍ରୀଡ଼ାରେ ଏସୀୟ ରାଷ୍ଟ୍ରରୁ ୧୦ ହଜାର ଖେଳାଳି ଅଂଶଗ୍ରହଣ କରିବେ। ଚେଙ୍ଗଡୁରେ ଗତ ଜୁନ୍‌ରେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବାର ଥିଲା। କରୋନା ପାଇଁ ଉକ୍ତ ପ୍ରତିଯୋଗିତାକୁ ମଧ୍ୟ ୨୦୨୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

Show More
Back to top button