

ସତ୍ୟଶିଖା ( ଭୁବନେଶ୍ୱର ) ୨୧ . ୦୮.୨୦୨୦ : ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୦ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ ୪ କରୋନା ଆକ୍ରାନ୍ତ ଆଖି ବୁଜିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ୨ ଜଣ ପ୍ରାଣ ହରାଇଛନ୍ତି । ଏହାବ୍ୟତୀତ ଅନୁଗୋଳ, କୋରାପୁଟ, ନୟାଗଡ଼ ଓ ସୁବର୍ଣ୍ଣପୁରରୁ ଜଣେ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।