ସତ୍ୟଶିଖା( ଭୁବନେଶ୍ୱର)୨୫.୦୪.୨୦୨୨: ରାଜ୍ୟରେ ବିଭିନ୍ନ ସ୍ଥାନରେ ଏବେ ପାରା ୪୦ ଏବଂ ତଦୁର୍ଦ୍ଧ ରହୁଥିବା ବେଳେ ଆଜି ରାଜଧାନୀରେ ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ଦିନ ୧୧.୩୦ ସୁଦ୍ଧା ଉପରୋକ୍ତ ୩୯.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମୟ ବଢ଼ିବା ସହ ତାପମାତ୍ରା ବି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ସେହିପରି ପୂର୍ବାହ୍ଣ ୧୧.୩୦ ସୁଦ୍ଧା ବାଲେଶ୍ୱରରେ ୩୭ ଡିଗ୍ରୀ, ଝାରସୁଗୁଡ଼ାରେ ୩୮.୮ ଡିଗ୍ରୀ, ଗୋପାଳପୁରରେ ୩୦.୮ ଡିଗ୍ରୀ, ସମ୍ବଲପୁରରେ ୩୮.୮ ଡିଗ୍ରୀ, ପାରାଦୀପରେ ୩୨.୨ ଡିଗ୍ରୀ, ପୁରିରେ ୩୨.୪ ଡିଗ୍ରୀ, ଚାନ୍ଦବାଲୀରେ ୩୭.୨ ଡିଗ୍ରୀ, କେନ୍ଦୁଝରରେ ୩୮ ଡିଗ୍ରୀ, ହୀରାକୁଦରେ ୩୯ ଡିଗ୍ରୀ ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଜଣାଇ ଦିଆଯାଇଛି ।
ତେବେ ଗତକାଲି ଅପେକ୍ଷା ଆଜି ଭୁବନେଶ୍ୱରରେ ସାମାନ୍ୟ ତାପମାତ୍ରା ହ୍ରାସ ହୋଇଥିବା ବେଳେ ମଧ୍ୟାହ୍ନ ପରେ ଆଶାତୀତ ଭାବେ ବୃଦ୍ଧି ପାଇପାରେ । ଗତକାଲି ଭୁବନେଶ୍ୱରରେ ଅପରାହ୍ଣ ୨.୩୦ ସୁଦ୍ଧା ସର୍ବାଧିକ ୪୩.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।
ଆଜି ଦିନ ୧୧.୩୦ ସୁଦ୍ଧା ରାଜଧାନୀରେ ୩୯.୪ ଡିଗ୍ରୀ ରେକର୍ଡ
