ଦେଶବିଦେଶ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓବାମା ପିଲାଦିନେ ରାମାୟଣ ଓ ମହାଭାରତ ପ୍ରତି ଆଗ୍ରହ ଥିଲା

ସତ୍ୟଶିଖା (ଓ୍ୱାଶିଂଟନ) ୧୭/୧୧/୨୦୨୦ : ବାରାକ ଓବାମା ନିଜ ବାଲ୍ୟାବସ୍ଥାରେ ରାମାୟଣ ଓ ମହାଭାରତ ଶୁଣୁଥିଲେ । ସେ ଇଣ୍ଡୋନେସିଆରେ ଥିବା ସମୟରେ ଅନେକ ବର୍ଷ ଧରି ରାମାୟଣର କାହାଣୀ ଶୁଣୁଥିବା କହିଛନ୍ତି । ଏଥିପାଇଁ ତାଙ୍କ ମନରେ ଭାରତ ପ୍ରତି ସ୍ୱତନ୍ତ୍ର ସ୍ଥାନ ରହିଥିବା ସେ କହିଛନ୍ତି ।ଓବାମା ଏ ପ୍ରମିଜ୍ଡ ଲ୍ୟାଣ୍ଡ ନାମକ ପୁସ୍ତକରେ ଭାରତ ପ୍ରତି ଥିବା ତାଙ୍କର ଆକର୍ଷଣ ବାବଦରେ ଲେଖିଛନ୍ତି । ସେ କହିଛନ୍ତି ଯେ, ହୋଇପାରେ ଇଣ୍ଡୋନେସିଆ ଭାରତର ଛୋଟ ଆକାର ସଦୃଶ ଯାହା ତାଙ୍କୁ ଆକୃଷ୍ଟ କରିଥାଏ । ଏଠାରେ ୨ହଜାରରୁ ଅଧିକ ସମୁଦାୟର ଲୋକ ବସବାସ କରନ୍ତି । ଏଠାକାର ଲୋକେ ୭୦୦ରୁ ଅଧିକ ଭାଷାରେ କଥାବାର୍ତ୍ତା କରନ୍ତି । ସେ ୨୦୧୦ରେ ରାଷ୍ଟ୍ରପତି ଭାବେ ପ୍ରଥମେ ଭାରତ ଗସ୍ତ କରିଥିଲେ । ଏହାପୂର୍ବରୁ କେବେ ଭାରତ ଆସିନଥିଲେ । କିନ୍ତୁ ଭାରତ ପ୍ରତି ତାଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ରହିଛି ।ସେ ଆହୁରି କହିଛନ୍ତି ଯେ, ପିଲାଦିନେ ଇଣ୍ଡୋନେସିଆରେ ଥିବା ବେଳେ ସେ ହିନ୍ଦୁ ମହାକାବ୍ୟ ରାମାୟଣ ଓ ମହାଭାରତ ଶୁଣିଥିଲେ । ଏହା ହିନ୍ଦୁ ଧର୍ମ ପ୍ରତି ତାଙ୍କର ରୁଚି ହୋଇପାରେ । କଲେଜରେ ତାଙ୍କର ଅନେକ ପାକିସ୍ତାନୀ ଓ ଭାରତୀୟ ବନ୍ଧୁ ରହିଥିଲେ ।ସେମାନେ ତାଙ୍କୁ ଡାଲି ତିଆରି କରିବା ଶିଖାଇଥିଲେ ଓ ବଲିଉଡ୍ ଫିଲ୍ମ ମଧ୍ୟ ଦେଖାଇଥିଲେ । ସେ ଆହୁରି କହିଛନ୍ତି ଯେ,.ଭାରତ ପ୍ରତି ତାଙ୍କର ଆକର୍ଷଣର ପ୍ରମୁଖ କାରଣ ହେଉଛନ୍ତି ମହାତ୍ମା ଗାନ୍ଧୀ । ବ୍ରିଟିଶ ଶାସନ ବିରୋଧରେ ସେ ସତ୍ୟ, ଅହିଂସା ଲଡେଇ ଲଢିଥିଲେ । ଏହାସହ ଏକ ଆଶାର କିରଣ ମଧ୍ୟ ହୋଇଥିଲେ । ସୂଚନାଯୋଗ୍ୟ, ଏ ପ୍ରମିଜଡ୍ ଲ୍ୟାଣ୍ଡ୍ ପୁସ୍ତକରେ ଓବାମା ୨୦୦୮ ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରୁ ଆରମ୍ଭ କରି ରାଷ୍ଟ୍ରପତି ପଦବୀ ଓ ଓସାମା ଲାଦେନର ମୃତ୍ୟୁ ବାବଦରେ ଅନେକ କଥା ଲେଖିଛନ୍ତି ।

Show More
Back to top button