ଦେଶ

କରୋନାରେ ଆକ୍ରାନ୍ତ ୧୫ ସିଆରପିଏଫ ଯବାନ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ୧୫ ଯବାନ କରୋନାରେ ଆକ୍ରାନ୍ତ। ଦିଲ୍ଲୀ ସ୍ଥିତ ସିଆରପିଏଫ ବାଟାଲିୟନରେ ଏମାନେ ନିୟୋଜିତ ଥିଲେ। ଶନିବାର (୨୫ ଏପ୍ରିଲ) ସିଆରପିଏଫ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ବାଟାଲିୟନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ଯବାନମାନେ ସିଆରପିଏଫର ୩୧ ତମ ବାଟାଲିୟନରେ ନିୟୋଜିତ ଥିଲେ। ଯେଉଁଥିରୁ ୯ ଯବାନ ଗୁରୁବାର (୨୩ ଏପ୍ରିଲ)ରେ କରୋନାରେ ଆକ୍ରାନ୍ତ ହୋଇଥିଲେ।

ଆହୁରି ପଢ଼ନ୍ତୁ

ମୋଟ୍ ୨୪ ଜଣ ସିଆରପିଏଫ ଯବାନ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କୁ ମାଣ୍ଡବାଲିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ସପ୍ତାହରେ ବାଟାଲିଅନକୁ ଜଣେ ହେଡ କନଷ୍ଟେବଳ ଆସିଥିଲେ। ସେ କରୋନାରେ ସଂକ୍ରମିତ ହେବା ପରେ ଏହି ୟୁନିଟରେ ନିୟୋଜିତ ଯବାନଙ୍କ କରୋନା ଟେଷ୍ଟ ହୋଇଛି। ହେଡ କନଷ୍ଟେବଳ ଜଣେ ନର୍ସିଂ କର୍ମଚାରୀ ଭାବରେ ନିଯୁକ୍ତ ଏବଂ ଜମ୍ମୁ କଶ୍ମୀରର କୁପୱାରା ଠାରେ ଥିବା ୧୬୨ ତମ ବାଟାଲିୟନରେ ସେ ନିୟୋଜିତ ରହିଛନ୍ତି। ଏବେ ସେ ଛୁଟିରେ ନୋଏଡାକୁ ଆସିଥିଲେ। ୨୧ ଏପ୍ରିଲରେ ଯବାନ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିଲେ।

[ad_2]
Show More
Back to top button