ଦେଶନ୍ୟୁଜ୍

ଭୂକମ୍ପରେ ଥରିଲା ଅରୁଣାଞ୍ଚଳ ପ୍ରଦେଶ, ମଧ୍ୟପ୍ରଦେଶ

ସତ୍ୟଶିଖା( ଭୁବନେଶ୍ୱର )୦୧.୧୧.୨୦୨୨:  ଅରୁଣାଞ୍ଚଳ ପ୍ରଦେଶର ତୱାଙ୍ଗରେ ମଙ୍ଗଳବାର ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଭୂକମ୍ପ ଝଟକା ଭୋର ପ୍ରାୟ ୪ଟାରେ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୭ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନୀ ହୋଇ ନାହିଁ ବୋଲି ସୂଚନା ମିଳିଛି।
ସେହିପରି ମଧ୍ୟପ୍ରଦେଶର ପଞ୍ଚମଦୀରେ ମଧ୍ୟ ଆଜି ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସର ଜଣେ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ମିଳିଛି। ରିକ୍ଟର ସ୍କେଲରେ ତିବ୍ରତା ୩.୯ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନୀ ହୋଇ ନାହିଁ।
ମଧ୍ୟପ୍ରଦେଶର ଜବଲପୁର ସମେତ ଛଅ ଜିଲାରେ ଆଜି ହାଲକା ଭୂକମ୍ପ ଝଟକା ଅନୁଭବ ହୋଇଛି। ପ୍ରାୟ ୫୦ ସେକେଣ୍ଡ ଯାଏଁ ସ୍ଥାନୀୟ ଲୋକେ ଭୂମିରେ କମ୍ପନ ଅନୁଭବ କରିଥିଲେ। ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଜବଲପୁର ଠାରୁ ୩୫ କିମି ଦୂର ବୋଲି ଜଣାପଡିଛି। ସକାଳ ପ୍ରାୟ ୮ଟା ୪୩ ମିନିଟରେ ଭୂକମ୍ପ ଝଟକା ଅନୁଭବ ହୋଇଛି।

 

Show More
Back to top button