ଅରୁଣ କୁମାର ରାୟ ହେଲେ ଅଗ୍ନିଶମ ଡିଜି

ସତ୍ୟଶିଖା(ଭୁବନେଶ୍ୱର) ୦୧.୧୨.୨୦୨୧:  ୧୯୮୮ ବ୍ୟାଚ୍‌ ଆଇପିଏସ୍‌ ତଥା ସ୍ୱତନ୍ତ୍ର ଡିଜି ଅରୁଣ କୁମାର ରାୟ ଅଗ୍ନିଶମ ସେବା ବାହିନୀ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେ ହୋମ୍‌ଗାଡ଼ କମାଣ୍ଡିଂ ଜେନେରାଲ ଓ ସିଭିଲ୍‌ ଡିଫେନ୍ସ ନିର୍ଦ୍ଦେଶକ ଭଳି ଅତିରିକ୍ତ ଦାୟିତ୍ୱ ତୁଲାଇଛନ୍ତି। ଏବେ ସେ ସ୍ୱତନ୍ତ୍ର ଡିଜି(କମ୍ୟୁନିକେଶନ୍‌) ଭାବେ କାର୍ଯ୍ୟ କରୁଛନ୍ତି। ଏହି ଦାୟତ୍ୱ ସହ ଉପରୋକ୍ତ ଦାୟିତ୍ୱ ଗୁଡ଼ିକୁ ସେ ଅତିରିକ୍ତ ଭାବେ ତୁଲାଇବେ। ଅଗ୍ନିଶମ ସେବା ଡିଜି ଏମ୍‌. ଅକ୍ଷୟ ଆଜି ଚାକିରିରୁ ଅବସର ନେଇଥିବାରୁ ଏହି ପଦବୀ ଖାଲି ପଡ଼ିଥିଲା।

Exit mobile version