ନ୍ୟୁଜ୍ରାଜ୍ୟ

୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସମ୍ଭାବନା

ସତ୍ୟଶିଖା ( ଭୁବନେଶ୍ୱର )୦୯/୧୦ /୨୦୨୧: ଉତ୍ତର ଆଣ୍ଡାମାନ-ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୩.୧ ରୁ ୫.୮ କିଲୋମିଟର ମଧ୍ୟରେ ସକ୍ରିୟ ରହିଛି। ଯାହା ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ପରବର୍ତ୍ତୀ ସମୟରେ ସମ୍ଭାଵ୍ୟ ଲଘୁଚାପ କ୍ଷେତ୍ର  ଘନୀଭୂତ ହେବ ।  ୪ ରୁ ୫ ଦିନ ଯାଏଁ  ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି। ଏହି ଲଘୁଚାପ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ । ତେଣୁ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ, ପାର୍ବଣ ଆରମ୍ଭ ହୋଇଥିବାରୁ ଚିନ୍ତାରେ ଏବେ ଆୟୋଜକ । ତେବେ, ଦଶହରା ସମୟରେ ଅର୍ଥାତ ନବମୀ ଓ ଦଶମୀ ଦିନ(ଅକ୍ଟୋବର 14 ଓ 15)ରେ ବାତ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

 

Show More
Back to top button