ଦେଶ

କ୍ରମାଗତ ତୃତୀୟ ଦିନରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ତୃତୀୟ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ହୋଇଛି। ମଙ୍ଗଳବାର ପେଟ୍ରୋଲ ଦର ଲିଟର୍ ପିଛା ୫୪ ପଇସା ଏବଂ ଡିଜେଲ ଦର ଲିଟର ପିଛା ୫୮ ପଇସା ମହଙ୍ଗା ହୋଇଛି।

ଆହୁରି ପଢ଼ନ୍ତୁ

ଏଥିସହ ଗତ ତିନି ଦିନ ଭିତରେ ପେଟ୍ରୋଲ ୧.୭୪ ଟଙ୍କା ଏବଂ ଡିଜେଲ୍ ୧.୭୮ ଟଙ୍କା ବୃଦ୍ଧି ପାଇଛି।  ନୂଆ ଦର ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲ ଦର ୭୩ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ୍ ଦର ୭୧.୧୭ ଟଙ୍କାରେ ପହଞ୍ଚିଛି।

ଅନ୍ତର୍ଜାତୀୟ ସ୍ତରରେ ଅଶୋଧିକ ତୈଳ ଦର ବୃଦ୍ଧି କାରଣରୁ ଦେଶରେ ପେଟ୍ରୋଲ ଓ ଡିଜେଲ୍ ମହଙ୍ଗା ହୋଇଛି। ଏହାର କାରଣ ହେଉଛି ଭାରତ ତା’ର ଆବଶ୍ୟକତାଠାରୁ ୮୦ ପ୍ରତିଶତ ଅଧିକ ତେଳ ଆମଦାନୀ କରୁଛି। ତେବେ ତୈଳ ଦଳ ବୃଦ୍ଧି ହେତୁ ସାଧାରଣ ଲୋକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଛି।

[ad_2]
Show More
Back to top button