ଦେଶନ୍ୟୁଜ୍

ଭାରତ-ଚୀନ ସୀମାରେ ପହଞ୍ଚିଲେ ଲଖନଉର ମହିଳା, କହିଲେ- ମୁଁ ପାର୍ବତୀ, ଶିବଙ୍କୁ ବିବାହ କରିବି

ସତ୍ୟଶିଖା( ଡେରାଡୁନ )୦୪.୦୬. ୨୦୨୨ : ଉତ୍ତରାଖଣ୍ଡର ପିଥୋରାଗଡ଼ରେ କୈଳାଶ-ମାନସରୋବର ରାସ୍ତାରେ ଭାରତ-ଚୀନ ସୀମା ପାଖରେ ଏକ କଟକଣା ଅଞ୍ଚଳରେ ଲଖନଉର ମହିଳା ନିଜକୁ ପାର୍ବତୀଙ୍କର ଅବତାର କହିଛନ୍ତି । ଏଥି ସହିତ ସେ ସେହି ସ୍ଥାନ ଛାଡ଼ିବାକୁ ମଧ୍ୟ ମନା କରିଛନ୍ତି । ମହିଳା ଜଣକ କହିଛନ୍ତି ଯେ, ସେ କୈଳାଶ ପର୍ବତରେ ରହୁଥିବା ଭଗବାନ ଶିବଙ୍କୁ ବିବାହ କରିବେ । ମହିଳାଙ୍କ ନାମ ହରମିନ୍ଦର କୌର ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।

ମହିଳା ଜଣକ ଏସଡିଏମ୍ ଧାରଚୁଲାରୁ ୧୫ ଦିନର ଅନୁମତିରେ ନିଜର ମା’ଙ୍କ ସହିତ ଗୁଞ୍ଜି ଯାଇଥିଲେ । ଗତ ମେ’ ମାସ ୨୫ ତାରିଖରେ ତାଙ୍କର ଅନୁମତି ଶେଷ ହୋଇଯାଇଛି । ଗୁଞ୍ଜି ଇନରଲାଇନ ଅଞ୍ଚଳରେ ହୋଇଥିବାରୁ ସ୍ୱତନ୍ତ୍ର ଅନୁମତି ଦରକାର ପଡ଼ିଥାଏ । ପିଥେରାଗଡ଼ର ଏସ୍‌ପି କହିଛନ୍ତି ଯେ, କଟକଣା ଅଞ୍ଚଳରେ ହରମିନ୍ଦରଙ୍କୁ ହଟାଇବା ପାଇଁ ପୋଲିସର ଏକ ଟିମ ଯାଇଥିଲେ । କିନ୍ତୁ ମହିଳା ଜଣକ ଆତ୍ମହତ୍ୟା ଧମକ ଦେଇଥିଲେ । ଫଳରେ ଟିମ ହତାଶ ହୋଇ ଫେରି ଆସିଥିଲେ । ଏବେ ବଳପୂର୍ବକ ଧାରତୂଲା ଆଣିବାକୁ ପାଇଁ ଏକ ବଡ଼ ଟିମ୍ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି ।

Show More
Back to top button