ସତ୍ୟଶିଖା ( ଚାନ୍ଦବାଲି ) ୧୧.୦୮.୨୦୨୦ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଞ୍ଚପଡାରେ ଏକ ଦୋକାନ ଉପରକୁ ସୋମବାର ବିଳମ୍ବିତ ରାତିରେ ବୋମାମାଡ ହୋଇଥିବା ନେଇ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନାଯୋଗ୍ୟ ଯେ, ସୋମବାର ସନ୍ଧ୍ୟାରେ ଦୋକାନ କରିଥିବା ଉମାକାନ୍ତ ସାହୁଙ୍କ ସହିତ ଦୁଇ ଜଣ ଯୁବକଙ୍କ ଖାଇବାକୁ ନେଇ ବଚସା ହୋଇଥିଲା । ପରେ ଦୁଇ ଯୁବକ ପଳାଇଥିଲେ । ରାତି ୧୨ଟା ପରେ ଉମାକାନ୍ତଙ୍କ ଦୋକାନ ଓ ତାଙ୍କ ପାଖ ଘରକୁ ଅଚାନକ ୨ଟା ବୋମା ପକାଇ ପଳାଇଥିଲେ ଦୁର୍ବୃତ୍ତ ।
ବୋମାମାଡରେ ଦୋକାନର କବାଟ ଭାଙ୍ଗି ଯାଇଥିବା ବେଳେ ଦୋକାନରେ ଥିବା ଉମାକାନ୍ତଙ୍କ ଝିଅ ଆଶାରାଣୀ ସାମାନ୍ୟ ଆହତ ହୋଇଛନ୍ତି । ଏହା ସହିତ ପାଖ ଘରର ଆଜବେଷ୍ଟସ ଓ ବାଇକ୍ ବି ଭାଙ୍ଗି ଯାଇଛି । ଖବର ପାଇ ଚାନ୍ଦବାଲି ପୋଲିସ ପହଞ୍ଚି କିଛି ସୁତୁଲି ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।