ଜୀବନମନ୍ତ୍ରସ୍ୱାସ୍ଥ୍ୟ

ଥାଇରଏଡ୍ ସମସ୍ୟାରେ ପୀଡିତ କି ? ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ…

ସତ୍ୟଶିଖା ( ଭୁବନେଶ୍ୱର )୦୫ /୧୦ /୨୦୨୧: ଶରୀରରେ ଥାଇରକ୍ସିନ ନାମକ ହରମୋନ୍‌ କ୍ଷରଣ ଅନିୟମିତ ହେଲେ ଲୋକମାନେ ଥାଇରଏଡ୍‌ ସମସ୍ୟାରେ ପୀଡ଼ିତ ହୁଅନ୍ତି। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ କାରଣରୁ ସବୁଠାରୁ ଅଧିକ ଲୋକ ଏହି ରୋଗରେ ପୀଡିତ ହୁଅନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ରୋଗ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ଦେଖାଯାଏ। ତେବେ ଚାଲନ୍ତୁ ଜାଣିବା ଏହି କ୍ରମରେ ଥାଇରଏଡ୍‌ ରୋଗୀ କେଉଁ ଜିନିଷ ସେବନ କରିବା ଅନୁଚିତ …

ପ୍ରୋସେଡ୍ ଫୁଡ୍‌: ଥାଇରଏଡ୍‌ ରୋଗୀ ପ୍ରୋସେସ୍ଡ ଫୁଡ୍‌ ସେବନ କରିବା ଅନୁଚିତ। ଏହାଦ୍ୱାରା ଖାଦ୍ୟରେ ଥିବା ସୋଡିୟମ ଅସୁବିଧାରେ ପକାଇଥାଏ।

ଲାଲ ମାଂସ: ଏଥିରେ ସାଚୁରେଟେଡ୍‌ ଫ୍ୟାଟ୍‌ ଏବଂ କୋଲେଷ୍ଟରଲ ଥାଏ। ଏହା ଥାଇରଏଡ ହର୍‌ମୋନକୁ ବୃଦ୍ଧି କରିଥାଏ। ଏଣୁ ରୋଗୀଙ୍କୁ ଲାଲ ମାଂସ ଖାଇବା ଅନୁଚିତ।

ମଦ: ଏହି ସମୟରେ ମଦ ସେବନ କରିବା ଅନୁଚିତ୍‌ । କାରଣ ଥାଇରଏଡ୍‌ ଗ୍ରନ୍ଥି ଏବଂ ଏହାର ସ୍ତର ଉପରେ ଖରାପ ପ୍ରଭାବ ପକାଇଥାଏ। ଏଣୁ ହେଲ୍ଥ ଏକ୍ସପର୍ଟ ରୋଗୀଙ୍କୁ ମଦ୍ୟପାନ ନ କରିବାକୁ ପରାମର୍ଶ ଦେଇଥାନ୍ତି। ଏହାଛଡ଼ା ରୋଗୀଙ୍କୁ କଫି ଏବଂ ଚା’ ଅଧିକ ସେବନ କରିବା ଅନୁଚିତ।

ସୋୟାବିନ: ତେବେ ଥାଇରଏଡ ରୋଗୀଙ୍କୁ ସୋୟାବିନ୍‌ ଖାଇବା ଅନୁଚିତ।

ଫାଇବର ଯୁକ୍ତ ପନିପରିବା: ଥାଇରଏଡ ରୋଗୀ ଫାଇବର ଥିବା ଖାଦ୍ୟ ଖାଇବା ଅନୁଚିତ୍ । କାରଣ ପାଳଙ୍ଗ,କୋବି, ବ୍ରୋକୋଲି ଇତ୍ୟାଦି ସେବନ କରିବା ଅନୁଚିତ।

Show More
Back to top button