ଆର୍ଥିକ ସମସ୍ୟା ଭୋଗୁଛନ୍ତି କି ? ତେବେ ଘରର ଉତ୍ତର ଦିଗରେ ରଖନ୍ତୁ ଏସବୁ ଜିନିଷ l


ସତ୍ୟଶିଖା ୨୦ .୦୮.୨୦୨୦ : ନବଗ୍ରହ ମଣ୍ଡଳ ଏବଂ ବାସ୍ତୁ ପୁରୁଷରେ ଉତ୍ତର ଦିଗକୁ ସବୁଠୁ ପ୍ରମୁଖ କୁହାଯାଇଛି । ଧାର୍ମିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହାର ଗୋଟିଏ ଦୁଇଟି ଖାସ୍ କାରଣ ରହିଛି । ଭାରତର ଉତ୍ତରରେ ହିମାଳୟ ଅବସ୍ଥିତ, ଯେଉଁଠାରେ ଭଗବାନ ଶିବଙ୍କ ବାସସ୍ଥାନ ରହିଛି । ଶିବ ଶଙ୍କରଙ୍କ ସହ ତାଙ୍କର ସଖା ମହାରାଜା କୁବେର ମଧ୍ୟ ଏଠାରେ ବିଦ୍ୟମାନ । କୁବେର ଧନ-ସମ୍ପତ୍ତିର ଦେବତା । କୁବେର ପ୍ରସନ୍ନ ହୋଇଗଲେ ନିର୍ଧନ ମଧ୍ୟ ଧନୀ ହୋଇଯାଆନ୍ତି । ମନୁଷ୍ୟଙ୍କ ଧନୀ କିମ୍ବା ଗରିବ ହେବା ପଛରେ ମା’ ଲକ୍ଷ୍ମୀ ନୁହଁନ୍ତି ବରଂ କୁବେରଙ୍କ ହାତ ରହିଛି । ମାଆ ଲକ୍ଷ୍ମୀ ଚଞ୍ଚଳ ଚପଳ,ଯିଏ ଆସିବେ ଏବଂ ଚାଲିଯିବେ । କିନ୍ତୁ ଲଙ୍କାପତି ରାବଣଙ୍କ ବଡ଼ ଭାଇ କୁବେର ଧନର ଅଧିପତି । ବାସ୍ତୁ ହିସାବରେ ଉତ୍ତର ଦିଗକୁ ଧନ କୁବେରଙ୍କ ଦିଗ ବୋଲି କୁହାଯାଇଛି ।
ଉତ୍ତର ଦିଗରେ ଯଦି କିଛି ଗଡ଼ବଡ଼ ରହିଛି ତେବେ ମହାରାଜା କୁବେର କେବେ ଆପଣଙ୍କ ଘରକୁ ପ୍ରବେଶ କରିବେ ନାହିଁ । ଯେଉଁଠାରେ ସବୁଜିମା ହୋଇଥାଏ ଭଗବାନ କୁବେର ସେଠାରେ ରହିଥାନ୍ତି । ଉତ୍ତର ଦିଗ କୁବେରଙ୍କ ବ୍ୟତୀତ ବୁଧ ଗ୍ରହ,ବ୍ରହ୍ମା ଦେବତା ଏବଂ ଶିବଙ୍କ ମଧ୍ୟ ଦିଗ ହୋଇଥାଏ । ଏଥିପାଇଁ ସବୁବେଳେ ଶିବଲିଙ୍ଗର ମୁହଁ ଉତ୍ତର ଦିଗକୁ ହୋଇଥାଏ । ଘରର ଉତ୍ତର ଦିଗରେ ସବୁବେଳେ ଏକ ପାରଦ ଶିବଲିଙ୍ଗ ରହିବା ଜରୁରୀ । ଏକମାତ୍ର ଏହି ଜିନିଷ ଆପଣ ଘରେ ରଖିବା ଦ୍ୱାରା ଆପଣ ଧନୀ ହୋଇପାରିବେ । କୁବେରଙ୍କ ସବୁଠୁ ପସନ୍ଦର ଜିନିଷ ହେଉଛି ପାରଦ । ଏହାକୁ ବୁଧଙ୍କ ଧାତୁ ମଧ୍ୟ କୁହାଯାଇଥାଏ । ଏହା କେବେ ଗୋଟିଏ ଅବସ୍ଥାରେ ରହିନଥାଏ । ଏହା କମିବା ଏବଂ ବଢ଼ିବାର କନେକ୍ସନ ଟ୍ରେଜେରୀରେ ରଖିଥିବା ଧନରୁ ହୋଇଥାଏ ।
ଯଦି ଧନର ଉତ୍ଥାନ ପତନକୁ ଆପଣ ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ତେବେ ନିଜ ଘରର ଉତ୍ତର ଦିଗରେ ଏକ ପାରଦ ଶିବଲିଙ୍ଗ ନିଶ୍ଚୟ ରଖନ୍ତୁ । ଏହି ଦିଗକୁ ସବୁଜ ରଙ୍ଗ କରିବାକୁ ଭୁଲନ୍ତୁ ନାହିଁ। ଗୋଟିଏ କଥା ମନେ ରଖନ୍ତୁ ଯେ ଉତ୍ତର ଦିଗରେ ରଖିଥିବା ପାରଦ ଅଧ ଇଞ୍ଚରୁ ଅଧିକ ବଡ଼ ହେବା ଅନୁଚିତ୍। ଦ୍ବିତୀୟରେ,ଶିବଲିଙ୍ଗର ମୁଖ ସବୁବେଳେ ଉତ୍ତର ଦିଗ ଆଡ଼କୁ ହେବା ଉଚିତ୍ ।
ଏହା ସହିତ ଏହି ଦିଗରେ ନିଶ୍ଚିତ ଭାବରେ ୫ଟି ଜିନିଷର ବନ୍ଦୋବସ୍ତ କରନ୍ତୁ । ଅଗ୍ନି ତତ୍ତ୍ବ ଦୀପରୁ,ବାୟୁ ତତ୍ତ୍ବ ଧୂପରୁ,ଜଳ ତତ୍ତ୍ବ ତିଳକରୁ,ପୃଥିବୀ ତତ୍ତ୍ବ ପ୍ରସାଦରୁ ଏବଂ ଆକାଶ ତତ୍ତ୍ବ ଫୁଲରୁ ଅମଙ୍ଗଳମ୍ କରନ୍ତୁ । ଏପରି କରିବା ଦ୍ୱାରା ଭଗବାନ ଶିବ ଯାହାଙ୍କୁ ବାସ୍ତୁ ନାଥ କୁହାଯାଇଥାଏ ଆପଣଙ୍କୁ ଧନବାନ କରିବାକୁ ତତ୍ପର ରହିବେ ।ଘରର ଉତ୍ତର ଦିଗରେ ଆପଣଙ୍କୁ କିଛି ଖାସ୍ ପରିବର୍ତ୍ତନ ମଧ୍ୟ କରିବାକୁ ପଡ଼ିବ । ଘରର ଉତ୍ତର ଦିଗକୁ ସବୁବେଳେ ବନ୍ଦ ରଖନ୍ତୁ ନାହିଁ । ଏହି ଦିଗରେ କେବେ ଟୟେଲେଟ୍ ଏବଂ ବାଥରୁମ୍ ବନାନ୍ତୁ ନାହିଁ । ଏହି ଦିଗରେ ଫର୍ଣ୍ଣିଚର ରଖନ୍ତୁ ନାହିଁ । ଏହି ସ୍ଥାନକୁ ସବୁବେଳେ ଖୋଲା,ସୁଗନ୍ଧ ଏବଂ ସଫା-ସୁତୁରା ରଖନ୍ତୁ ।