ରାତି ୯ଟା ପରେ ଡିନର କରୁଛନ୍ତି କି ? ହେଇ ଯାନ୍ତୁ ସାବଧାନ !


ସତ୍ୟଶିଖା ୨୪/୦୨/୨୦୨୫ : ଆମେ ସାଧାରଣତଃ ରାତ୍ରିଭୋଜନ ୯ଟାରେ କିମ୍ବା ୯ଟା ପରେ କରିଥାଉ । ଅଧିକାଂଶ ପରିବାରରେ ବିଳମ୍ବରେ ରାତ୍ରିଭୋଜନ ହେଉଥିବା ଦେଖିବାକୁ ମିଳିଥାଏ । ଏହା ଆମର କୌଣସି କାର୍ଯ୍ୟବ୍ୟସ୍ତତା ପାଇଁ ହେଉ କି ସମସ୍ତେ ମିଳିମିଶି ଏକାଠି ଖାଇବା ପାଇଁ ଅପେକ୍ଷା କରି ରହିଥିବା ହେଉ, ବିଳମ୍ବରେ ଭୋଜନ ଆମର ଏକପ୍ରକାର ଅଭ୍ୟାସ ପାଲଟିଛି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଥାନ୍ତି, ବିଳମ୍ବରେ ଭୋଜନ କରିବା ସ୍ବାସ୍ଥ୍ୟପାଇଁ ହାନିକାରକ । ଅତ୍ୟଧିକ ଓଜନ ବଢିବା , ନିଦ ନହେବା ଏହାର କାରଣ ହୋଇଥାଇପାରେ । ବେଳେବେଳେ ବିଳ୍ମବରେ ଖାଇବା ଶରୀର ପାଇଁ କ୍ଷତିକାରକ ନୁହେଁ, କିନ୍ତୁ ଏହାକୁ ଅଭ୍ୟାସରେ ପରିଣତ କରିବା ଶରୀରରେ ଏହାର ଖରାପ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ୯ ଟା ପରେ ରାତ୍ରିଭୋଜନ କରିବା ଦ୍ବାରା କେଉଁ କେଉଁ ଶରୀରରେ ଏହାର କେଉଁ ପ୍ରଭାବ ପକାଇଥାଏ ।
୧- ନିଦ ବାଧାପ୍ରାପ୍ତ
ବିଳମ୍ବିତ ରାତିରେ ଖାଇବା ଦ୍ବାରା ଏହି ସିଧା ଆମ ଶୋଇବା ଉପରେ ପ୍ରଭାବ ପକାଏ । ଗବେଷଣାରୁ ଜଣା ପଡିଛି, ଯିଏ ଡେରିରେ ଖାଦ୍ୟ ଖାଇ ଡେରିରେ ଶୋଇଥାନ୍ତି, ତାଙ୍କର ନିଦ ପର୍ଯ୍ୟାପ୍ତ ହୋଇ ନଥାଏ । ଡେରିରେ ଖାଇବା ଦ୍ବାରା ଖାଦ୍ୟ ହଜମ ସଠିକ ଭାବେ ହୋଇନଥାଏ, ସେଥିପାଇଁ ରାତିରେ ଶୋଇଲେ ଅଜବ ପ୍ରକାରର ସ୍ବପ୍ନ ଆସିଥାଏ । କାରଣ ଖାଇବା ପରେ ଯେଉଁ ହଜମ କରିବା ପାଇଁ ସମୟ ଦରକାର, ସେ ସମୟରେ ଆମେ ରେଷ୍ଟ କରିଥାନ୍ତି । ସେଥିପାଇଁ ସଠିକ ଖାଦ୍ୟ ହଜମ ନହେବାରୁ ଶୀରର ଅସୁସ୍ଥ ହୋଇଥାଏ ।
ଆହୁରି ମଧ୍ୟ ବିଳମ୍ବରେ ଖାଇବା ଦ୍ବାରା ଓଜନ ବଢିବା ସହ ଶରୀରରେ ଗ୍ଲୁକୋଜ ଏବଂ ଇନସୁଲିନର ମାତ୍ରା ବଢିଯାଏ ଏବଂ ଡାଇବେଟିସ ଭଳି ରୋଗ ହୋଇଥାଏ ।
୨- ଓଜନ ବୃଦ୍ଧି
ଯେତେ ଶୀଘ୍ର ଆମେ ରାତ୍ରିଭୋଜନ କରିଥାନ୍ତି, ଖାଦ୍ୟ ସେତେ ଶୀଘ୍ର ଆମ ଶରୀରରେ ହଜମ ହୋଇଥାଏ । ଏବଂ ଖଆଦ୍ୟ ଶରୀରକୁ ସଠିକ ଶକ୍ତି ଯୋଗାଇଥାଏ । ବିଳମ୍ବରେ ଖାଇଲେ ଏହା ଅନ୍ତନଳୀରେ ଜମା ରହିବା ସହ ହଜମରେ ବାଧା ସୃଷ୍ଟି କରେ । ଅବ୍ୟବହୃତ କ୍ୟାଲୋରୀ ଫ୍ୟାଟ ଆକାରରେ ଶରୀରରେ ଜମା ରହିଥାଏ । ତେଣୁ ନିଜର ଓଜନ ହ୍ରାସ କରିବାକୁ ଚାହୁଁଥିଲେ ରାତିରେ ଶୀଘ୍ର ନିଜର ଭୋଜନ ଶେଷ କରନ୍ତୁ ।
୩- ହୃଦରୋଗ ଏବଂ ଅତ୍ୟଧିକ ରକ୍ତଚାପ
ବିଳମ୍ବିତ ରାତ୍ରିଭୋଜନ ଯୋଗୁଁ ଅନେର ରୋଗ ଯେମିତିକି ଡାଇବେଟିସ, ଥାଇରଏଡ,ପିସିଓଡି ଆଦି ହୋଇଥାଏ ବୋଲି ଡାକ୍ତର ମତ ଦେଇଛନ୍ତି । ଆମେ ଭାରତୀୟମାନେ ସାଧାରଣତଃ ସୋଡିୟମ ଯୁକ୍ତ ଖାଦ୍ୟ ଖାଇଥାନ୍ତି । ଡାଲିଠୁ ଆରମ୍ଭ କରି ଭେଜିଟେବଲ୍ସ ହେଉ କି ମାଛ, ମାଂସ । ସବୁଥିରେ ଲୁଣର ପରିମାଣ ଅଧିକ ରହିଥାଏ । ତେଣୁ ବିଳମ୍ବିତ ରାତିରେ ଏମିତି ସବୁ ଖାଇବା ଦ୍ବାରା ଶରୀରରେ ରକ୍ତଚାପ ବଢିବାର ସମ୍ଭାବନା ଥାଏ । ରକ୍ତଶର୍କରାର ପରିମାଣ ବୃଦ୍ଧି କରିଥାଏ । ଏବଂ ହାର୍ଟ ଜନିତ ରୋଗ ମଧ୍ୟ ଦେଖାଦେଇଥାଏ ।
ସେଥିପାଇଁ ଡାକ୍ତର ତଥା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ସନ୍ଧ୍ୟା ୬ରୁ ରାତି ୮ ଭିତରେ ରାତ୍ରିଭୋଜ ସାରିବା ନିହାତି ଆବଶ୍ୟକ । ଯାହାଦ୍ବାରା ଆମେ ଖାଦ୍ୟ ହଜମ ହେବାପାଇଁ ନିଜ ଶରୀରକୁ ସମୟ ଦେଇଥାନ୍ତି । ଯାହାଦ୍ବାରା ସଠିକ ହଜମ ହେବାସହ ନିଦ ମଧ୍ୟ ସଠିକ ହୋଇଥାଏ । ଏବଂ ଶରୀର ସୁସ୍ଥ ରହିଥାଏ ।