ଖାଦ୍ୟଜୀବନମନ୍ତ୍ରସ୍ୱାସ୍ଥ୍ୟ

ଆପଣ ବି ଖାଉଛନ୍ତି କି ମୋମୋଜ୍ ?

ସତ୍ୟଶିଖା (ଭୁବନେଶ୍ୱର) ୩୦/୦୧/୨୦୨୧ : ଆଜିକାଲି ଫାଷ୍ଟ ଫୁଡ୍ ଖାଦ୍ୟର ଚାହିଦା ସବୁଠାରୁ ଅଧିକ । ଅଧିକାଂଶ ଲୋକେ ଫାଷ୍ଟ ଫୁଡ୍ ଖାଇବାକୁ ପସନ୍ଦ କରିଥାନ୍ତି । ଫାଷ୍ଟଫୁଡ୍ ମଧ୍ୟରେ ମୋମୋଜ୍ ଲୋକଙ୍କୁ ବହୁତ ପସନ୍ଦ। ଆଜିକା ସମୟରେ ମୋମୋଜ୍ ଏକ ଲୋକପ୍ରିୟ ଫାଷ୍ଟଫୁଡ । ପ୍ରତି ଗଳି କନ୍ଦିରେ ମୋମୋଜ୍ ଠେଲା ବା ଦୋକାନ ଉପଲବ୍ଧ । କିନ୍ତୁ ଏହି ଲୋକପ୍ରିୟ ଫାଷ୍ଟଫୁଡ୍ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ ଆପଣ ବୋଧହୁଏ ଜାଣିନାହାନ୍ତି । ଯେକୌଣସି ଜିନିଷ ଅଧିକ ହେଲେ ଖରାପ ହୋଇଥାଏ । ଠିକ୍ ସେହିଭଳି ଅଧିକ ମୋମୋଜ ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ଅଧିକ ମୋମୋଜ୍ ସେବନ ଦ୍ୱାରା କଣ କଣ ସମସ୍ୟା ହୋଇଥାଏ ଜାଣନ୍ତୁ ।

ମୋମୋଜ୍ ମଇଦାରେ ତିଆରି ହୋଇଥାଏ । ମଇଦାରେ ଏଜୋଡିକାର୍ବୋନା ମାଇଡ୍, ବେଞ୍ଜୋଇଲ୍ ପେରାକ୍ସାଇଡ୍ ଭଳି ତତ୍ତ୍ୱ ରହିଛି । ମଇଦାକୁ ସଫ୍ଟ କରିବାକୁ ଏଥିରେ ଏଲୋକ୍ସନ ନାମକ ତତ୍ତ୍ୱ ମଧ୍ୟ ପକାଯାଇଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ । ମଇଦାରେ ମିଶ୍ରଣ କରାଯାଉଥିବା ତତ୍ତ୍ୱ ଶରୀର ପାଇଁ ଅତ୍ୟନ୍ତ ହାନିକାରକ । ଏହାଦ୍ୱାରା ପାନକ୍ରିୟାଜ ପ୍ରଭାବିତ ହୋଇଥାଏ । ତାଛଡା ଏହା ମଧୁମେହ ଆଶଙ୍କା ମଧ୍ୟ ବଢ଼ାଇଥାଏ ।

ମୋମୋଜ୍ ଉଭୟ ଭେଜ୍ ଓ ନନ୍ ଭେଜରେ ତିଆରି ହୋଇଥାଏ । ନନ୍ ଭେଜ ମୋମୋଜ୍ ପାଇଁ ଚିକେନ୍ ବ୍ୟବହାର କରାଯାଇଥାଏ । କିନ୍ତୁ ଏଥିରେ ବ୍ୟବହୃତ ହେଉଥିବା ଚିକେନର କ୍ୱାଲିଟି ଭଲ ନଥାଏ। ଖରାପ କ୍ୱାଲିଟି ଚିକେନ୍ ରୋଗାକ୍ରାନ୍ତ କରିପାରେ । ମୋମୋଜରେ ଦିଆଯାଉଥିବା ଚଟଣୀ ସ୍ୱାସ୍ଥ୍ୟ ପାଇଁ ଆହୁରି ହାନିକାରକ । ଏହି ରାଗ ଚଟଣୀ ଲୋକେ ବହୁତ ପସନ୍ଦ କରନ୍ତି । ଏହି ଚଟଣୀରେ ଅତ୍ୟଧିକ ଲଙ୍କା ପଡିଥାଏ । ମାତ୍ରାଧିକ ଲଙ୍କା ସ୍ୱାସ୍ଥ୍ୟ ପାଇଁ ଖରାପ । ଅତ୍ୟଧିକ ରାଗ ସେବନ ଦ୍ୱାରା ଆପଣ କୋଷ୍ଠକାଠିନ୍ୟର ଶିକାର ହୋଇପାରନ୍ତି ।

Show More
Back to top button