ଆପଣ କିଣିଥିବା ସାନିଟାଇଜର ଅସଲି ନା ନକଲି ? ଜାଣିବେ କେମିତି…

ସତ୍ୟଶିଖା ୨୧ . ୦୮.୨୦୨୦ : ନିକଟରେ କିଛି ସ୍ଥାନରେ ନକଲି ସାନିଟାଇଜର ପ୍ରସ୍ତୁତ କରୁଥିବା କମ୍ପାନୀର ଖୁଲାସା ହୋଇଛି । ଏହି କମ୍ପାନୀ ବ୍ରାଣ୍ଡେଡ କମ୍ପାନୀ ଭଳି ନକଲି ସାନିଟାଇଜର ପ୍ରସ୍ତୁତ କରୁଥିଲା । ଏବେ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ ଅସଲି କିମ୍ବା ନକଳି ସାନିଟାଇଜରର ଚିହ୍ନଟ କିପରି କରିବା ।

ସରକାର ନିର୍ଦେଶ ଦେଇଛନ୍ତି ଯେ କରୋନାରୁ ବର୍ତ୍ତିବା ପାଇଁ ୭୦ରୁ ୮୦ ପ୍ରତିଶତ ଆଲକୋହଲ ଯୁକ୍ତ ସାନିଟାଇଜର ଉପଯୋଗ କରିବା ଉଚିତ୍ । କିନ୍ତୁ ଆସନ୍ତୁ ଜାଣିବା ସାନିଟାଇଜର କିପରି ଚିହ୍ନିବା l

ଆପଣଙ୍କ ଘରେ ନିଶ୍ଚିତ ଅଟା ଥିବ । ସର୍ବ ପ୍ରଥମେ ଆପଣ ଅଟା ଦ୍ୱାରା ଟେଷ୍ଟ କରି ପାରିବେ । ଏକ ପାତ୍ରରେ ଏକ ଚାମଚ ଅଟା ମିଶାଇ ତାହା ଉପରେ ନିଜ ସାନିଟାଇଜରକୁ ପକାନ୍ତୁ । ଏହା ପରେ ଏହାକୁ ଚକଟିବାକୁ ଉଦ୍ୟମ କରନ୍ତୁ ।

ଯଦି ଅଟା ଚକଟି ହୋଇଗଲା ତେବେ ବୁଝି ଯାଆନ୍ତୁ ଯେ ସାନିଟାଇଜର ଅସଲି ନୁହେଁ । କାରଣ ଅସଲି ସାନିଟାଇଜର ହେଲେ ଅଟା ଚକଟି ହେବ ନାହିଁ । ସାନିଟାଇଜର ମିଶାଇଲେ ଅଟା ବିଛାଇ ହୋଇଯିବ । ନକଲି ହେଲେ ଏହା ଚକଟି ହୋଇଯିବ ।

ଆଜିକାଲି ସମସ୍ତଙ୍କ ଘରେ ଟୟେଲେଟ୍ କିମ୍ବା ଟିସୁ ପେପର ରହିଛି । ଏହା ହାତ,ବାସନ କିମ୍ବା ସଫାସୁତୁରାରେ ବ୍ୟବହୃତ ହୋଇଥାଏ । ଆପଣ ଗୋଟିଏ ଟିସୁ ପେପର ନେଇ ତାହା ମଝିରେ ପେନରେ ଏକ ଛୋଟ ଗୋଲା ବନାନ୍ତୁ। ଏହା ପରେ ତାହା ଉପରେ ଏକ ବୁନ୍ଦା ସାନିଟାଇଜର ପକାଇ ଦିଅନ୍ତୁ ।

ଯଦି ସ୍ୟାହିରେ ହୋଇଥିବା ଗୋଲା ଚାରିଆଡ଼େ ବିଛାଇ ହୋଇଯାଇଥାଏ ତେବେ ଜାଣି ଯାଆନ୍ତୁ ଯେ ଆପଣଙ୍କ ସାନିଟାଇଜର ନକଲି । ଯଦି ଗୋଲା ସେହିପରି ଥାଏ ଏବଂ ସାନିଟାଇଜର କିଛି ମିନିଟରେ ଶୁଖି ଯାଇଥାଏ ତେବେ ଏହାର ଅର୍ଥ ଏହା ଅସଲି ।

ଆହୁରି ଏକ ସହଜ ଉପାୟ ରହିଛି । ଏକ ପାତ୍ରରେ ଅଳ୍ପ ସାନିଟାଇଜର ବାହାର କରି ପକାନ୍ତୁ । ଏହା ପରେ ହେୟାର ଡ୍ରାୟର ଦ୍ୱାରା ଏହାକୁ ପବନ କରନ୍ତୁ । ଯଦି ସାନିଟାଇଜର ୫-୭ ସେକେଣ୍ଡରେ ଶୁଖିଯାଏ ତେବେ ଏହା ଅସଲି । ନକଲି ସାନିଟାଇଜର ଏତେ ଶୀଘ୍ର ଶୁଖିବ ନାହିଁ,ତାହା ଆହୁରି ସମୟ ଲାଗିବ ।

Exit mobile version