ସତ୍ୟଶିଖା( ଭୁବନେଶ୍ୱର )୧୧.୧୧.୨୦୨୨: ଲେଡି ବ୍ଲାକମେକର ଅର୍ଚ୍ଚନା ନାଗଙ୍କ କଳା କାରନାମାର ଗୁମର ଫିଟାଇବାକୁ ଇଡି ଏବେ ତନାଘନା ଚଳାଇଛି। ଏପରି ସମୟରେ SIT ସ୍କାନରକୁ ଚାଲି ଆସିଛନ୍ତି ଅର୍ଚ୍ଚନା ନାଗ । ନାଗଙ୍କ ବେଆଇନ୍ ଅର୍ଥ କାରବାର ମାମଲାର ରିପୋର୍ଟ ଇଡିକୁ ମାଗିଛି ଏସ୍ଆଇଟି ।
ଆସନ୍ତା ୧୩ ତାରିଖରେ ଦିଲ୍ଲୀରେ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ଏସ୍ଆଇଟି ବୈଠକ । ଉକ୍ତ ବୈଠକରେ ଅର୍ଚ୍ଚନାଙ୍କ ବେଆଇନ୍ ଅର୍ଥ କାରବାର ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।ହନିଟ୍ରାପରେ ବଡ଼ବଡ଼ିଆଙ୍କୁ ଫଶାଇ କୋଟି କୋଟି ଟଙ୍କା ରୋଜଗାର କରିଥିବା ଲେଡି ବ୍ଲାକମେକର ଅର୍ଚ୍ଚନା ନାଗଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜଣେ ଯୁବତୀ ତଥା ଓଡ଼ିଆ ଫିଲ୍ମ ପ୍ରଡ୍ୟୁସରଙ୍କ ଅଭିଯୋଗକ୍ରମେ କମିଶନରେଟ ପୁଲିସ୍ ଦ୍ୱାରା ବନ୍ଧା ହୋଇ ଝାରପଡ଼ା ଜେଲ୍ରେ ଥିବା ଅର୍ଚ୍ଚନାଙ୍କ ମାମଲାକୁ ଇଡି ନିଜ ହାତକୁ ନେଇଥିଲା। ହେଲେ ଏବେ ତାଙ୍କୁ ଘାଣ୍ଟିବାକୁ ଅଣ୍ଟା ଭିଡ଼ିଲାଣି SIT ।
ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ଼ ଆରମ୍ଭ କରିଥିବା ଇଡି ଗତକାଲି ଦିନ ସାରା ୬ଟି ସ୍ଥାନରେ ଏକକାଳୀନ ରେଡ କରିଥିଲା। । କଳାହାଣ୍ଡିର କେସିଙ୍ଗାସ୍ଥିତ ଅର୍ଚ୍ଚନାଙ୍କ ପୈତୃକ ବାସଭବନ, ଭୁବନେଶ୍ୱରସ୍ଥିତ ସତ୍ୟବିହାର କୋଠା, ଜଳେଶ୍ୱରରେ ଥିବା ଅର୍ଚ୍ଚନାଙ୍କ ଶାଶୁଘରେ ଏକକାଳୀନ ଚଢ଼ଉ କରିଛି। ଏହାବାଦ ଖଗେଶ୍ୱରଙ୍କ ଭିଙ୍ଗାରପୁର କୁରାଙ୍ଗ ଶାସନ ସ୍ଥିତ ଗଙ୍ଗେଶ୍ୱର ଘରେ, ଭୁବନେଶ୍ୱର ହଂସପାଳ ଓ ରସୁଲଗଡ଼ସ୍ଥିତ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ସୋ ରୁମ୍ରେ ବି ଚଢ଼ାଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା ଇଡି।
କେବଳ ସେତିକି ନୁହେଁ, ବ୍ଲାକମେଲିଂ ଅଭିଯୋଗ ଆଣି ଅର୍ଚ୍ଚନାଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିବା ପୀଡ଼ିତାଙ୍କ କଟକ ସ୍ଥିତ ବାଙ୍କି ଘରେ ମଧ୍ୟ ଇଡି ଚଢ଼ଉ କରିଛି। ତେବେ ଚଢ଼ଉ ବେଳେ କୌଣସି ସ୍ଥାନରେ ଅର୍ଚ୍ଚନା କିମ୍ବା ସ୍ୱାମୀ ଜଗବନ୍ଧୁଙ୍କ ନିକଟ ସଂପର୍କିୟଙ୍କ ପତ୍ତା ପାଇନଥିଲା ଇଡି।
ସମ୍ବନ୍ଧିତ ଖବର
-
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । -
ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । -
ଧନ୍ତେରାସ ପୂର୍ବରୁ ସୁନା ଏବଂ ରୁପା ଦର ଉପରମୁହାଁ l -
କଟକରେ ୩୬ ଘଣ୍ଟା କର୍ଫ୍ୟୁ ବଳବତ୍ତର ରହିଛି । -
ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ମହାକାର୍ତ୍ତିକ ବ୍ରତ। -
କଟକରେ ଭସାଣ ବେଳେ ଗଣ୍ଡଗୋଳ । -
ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା । -
ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । -
ହରିୟାଣାର ସୋନିପତ ଜିଲ୍ଲାରେ ଭୂମିକମ୍ପ ଝଟକା। -
ଧରାପୃଷ୍ଠକୁ ଅବତରଣ କରିବେ ମାଆ ଜଗତଜନନୀ ।
