ଅପରାଧନ୍ୟୁଜ୍ରାଜ୍ୟ

ଅର୍ଚ୍ଚନା ନାଗ ମାମଲା ; ଖୋଲିବକି “୨୦୧୭” ର ସତ

ସତ୍ୟଶିଖା(ଭୁବନେଶ୍ୱର)୨୯.୧୧.୨୦୨୨:  ଅର୍ଚ୍ଚନା ନାଗ ମାମଲାରେ ମିଳିଲା ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ । ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ନାଁରେ ଏତଲା କରିଥିଲେ ଅର୍ଚ୍ଚନା । ୨୦୧୭ରେ ଭୁବନେଶ୍ୱର ମହିଳା ଥାନାରେ ଅର୍ଚ୍ଚନା ଏତଲା କରିଥିଲେ । ପ୍ରମୋଦ ଶାରିରୀକ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ । ଫିଲ୍ମରେ ସୁଯୋଗ ଦେବା ନାଁରେ ନିର୍ଯାତନା ଦେଇଥିବା ଏତଲା କରିଥିଲେ । ଚା’ ରେ ନିଶା ଦେଇ ଅଚେତ କରି ଫଟୋ ଉଠାଇଥିବା ଏତଲାରେ ଉଲ୍ଲେଖ । ଅଚେତ ଅବସ୍ଥାରେ ଅଶ୍ଲୀଳ ଫଟୋ ଉଠାଇ ବ୍ଲାକମେଲ କରିଥିବା ଅଭିଯୋଗ । ଅର୍ଚ୍ଚନାଙ୍କ ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରିଥିଲା । ତେବେ ମାମଲା ପରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଇଥିଲା ଅସ୍ପଷ୍ଟ ରହିଛି । ଆଜି ପ୍ରଯୋଜକ ପ୍ରମୋଦ ଇଡିରେ ହାଜର ହୋଇଥିବାରୁ ସଦର ରହସ୍ୟ ଖୋଲିବା ଆଶା ।

Show More
Back to top button