ନ୍ୟୁଜ୍ରାଜ୍ୟ

୧୯୩୮୦ କୋଟି ଟଙ୍କାର ଚିଠା ବଜେଟକୁ ଅନୁମୋଦନ

ସତ୍ୟଶିଖା(ଭୁବନେଶ୍ୱର) ୨୪.୧୧.୨୦୨୧:  ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧୯୩୮୦କୋଟି ଟଙ୍କାର ଅତିରିକ୍ତ ଚିଠା ବଜେଟକୁ ଆଜି ରାଜ୍ୟ ମନ୍ତ୍ରିପରିଷଦର ଅନୁମୋଦନ ମିଳିଛି । ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ରାଜ୍ୟ ସରକାର ନିଜସ୍ୱ କେତେକ ଯୋଜନା ପାଇଁ ବିପୁଳ ପରିମାଣର ଅର୍ଥ ବରାଦ କରି ଭୋଟରଙ୍କୁ ଆକୃଷ୍ଟ ନିମନ୍ତେ ଲକ୍ଷ୍ୟ ରଖିଛନ୍ତି। ବିଶେଷକରି ଜଳସେଚନ, ସଡ଼କ, ପୋଲ, କୃଷି ଉଦ୍ୟୋଗ, ପାନୀୟ ଜଳ ଆଦି କ୍ଷେତ୍ର ଉପରେ ବଜେଟରେ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦିଆଯାଇଛି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକରେ ୧୯୩୮୦ କୋଟି ଟଙ୍କାର ଚିଠା ବଜେଟକୁ ଅନୁମୋଦନ ମିଳିଛି । ଆସନ୍ତା ଡିସେମ୍ବର ୧ତାରିଖରେ ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଆଗତ ହେବାର କାର୍ଯ୍ୟକ୍ରମ ଥିବାରୁ ତା’ପୂର୍ବରୁ ଆଜି ଏହାକୁ ମନ୍ତ୍ରିପରିଷଦ ବୈଠକରେ ଉପସ୍ଥାପନ କରାଯାଇଥିଲା।

Show More
Back to top button