ପିସିିସି ପର୍ଯ୍ୟବେକ୍ଷକ ନିଯୁକ୍ତି : କେଉଁ ଜିଲ୍ଲା ଦାୟିତ୍ୱରେ କେଉଁ ନେତା

ସତ୍ୟଶିଖା(ଭୁବନେଶ୍ୱର ) ୧୭.୦୮ .୨୦୨୧:  ଆଗକୁ ପଂଚାୟତ ଓ ପୌର ନିର୍ବାଚନ  । ତେଣୁ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି  ।

ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ନୂଆପଡ଼ା ଓ ରାୟଗଡ଼ା ଦାୟିତ୍ୱରେ ଥିବାବେଳେ ଅନୁଗୁଳ  ଓ ଯାଜପୁର ଦାୟିତ୍ୱରେ ରହିବେ ଜ୍ଞାନଦେବ ବେଉରା  । ସେହିପରି ଭଦ୍ରକର ପର୍ଯ୍ୟବେକ୍ଷକ ଭାବେ ଆକବର ଅଲ୍ଲୀଙ୍କୁ ନିଯୁକ୍ତ କରାଯାଇଥିବାବେଳେ ପୁରୀ ପାଇଁ ଉମାବଲ୍ଲଭ ରଥ, ସମ୍ବଲପୁର ଓ ଢେଙ୍କାନାଳ ନିମନ୍ତେ ଯଜେ୍ଞଶ୍ୱର ବାବୁଙ୍କୁ ଦାୟିତ୍ୱ ଦିଆଯାଇଛି  । ଅପରପକ୍ଷରେ ସୁନ୍ଦରଗଡ଼ ଓ ରାଉରକେଲା ଦାୟିତ୍ୱରେ ରହିବେ ପଦ୍ମାକର ଗୁରୁ  ।

ଏତଦବ୍ୟତୀତ କଟକ ପାଇଁ ଅତିରିକ୍ତ ପର୍ଯ୍ୟବେକ୍ଷକ ଭାବେ ରଜତ ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ କେନ୍ଦୁଝରର ଅତିରିକ୍ତ ପର୍ଯ୍ୟବେକ୍ଷକ ବିଜୟଲକ୍ଷ୍ମୀ ସାହୁ ଓ ମୟୂରଭଞ୍ଜ ଦାୟିତ୍ୱରେ ବିଷ୍ଣୁଚରଣ ବାରିକ ରହିଛନ୍ତି  ।

Exit mobile version