

ସତ୍ୟଶିଖା(ଭୁବନେଶ୍ୱର ) ୧୭.୦୮ .୨୦୨୧: ଆଗକୁ ପଂଚାୟତ ଓ ପୌର ନିର୍ବାଚନ । ତେଣୁ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।
ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ନୂଆପଡ଼ା ଓ ରାୟଗଡ଼ା ଦାୟିତ୍ୱରେ ଥିବାବେଳେ ଅନୁଗୁଳ ଓ ଯାଜପୁର ଦାୟିତ୍ୱରେ ରହିବେ ଜ୍ଞାନଦେବ ବେଉରା । ସେହିପରି ଭଦ୍ରକର ପର୍ଯ୍ୟବେକ୍ଷକ ଭାବେ ଆକବର ଅଲ୍ଲୀଙ୍କୁ ନିଯୁକ୍ତ କରାଯାଇଥିବାବେଳେ ପୁରୀ ପାଇଁ ଉମାବଲ୍ଲଭ ରଥ, ସମ୍ବଲପୁର ଓ ଢେଙ୍କାନାଳ ନିମନ୍ତେ ଯଜେ୍ଞଶ୍ୱର ବାବୁଙ୍କୁ ଦାୟିତ୍ୱ ଦିଆଯାଇଛି । ଅପରପକ୍ଷରେ ସୁନ୍ଦରଗଡ଼ ଓ ରାଉରକେଲା ଦାୟିତ୍ୱରେ ରହିବେ ପଦ୍ମାକର ଗୁରୁ ।
ଏତଦବ୍ୟତୀତ କଟକ ପାଇଁ ଅତିରିକ୍ତ ପର୍ଯ୍ୟବେକ୍ଷକ ଭାବେ ରଜତ ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ କେନ୍ଦୁଝରର ଅତିରିକ୍ତ ପର୍ଯ୍ୟବେକ୍ଷକ ବିଜୟଲକ୍ଷ୍ମୀ ସାହୁ ଓ ମୟୂରଭଞ୍ଜ ଦାୟିତ୍ୱରେ ବିଷ୍ଣୁଚରଣ ବାରିକ ରହିଛନ୍ତି ।