ସତ୍ୟଶିଖା ୧୦ .୦୯.୨୦୨୦ : ଋତୁ ସହ ଆମ ତ୍ୱଚାରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଏହା କାରଣରୁ ତ୍ୱଚା ରୁକ୍ଷ,ଶୁଷ୍କ ଏବଂ କଳା ଦେଖାଯାଇଥାଏ । ପ୍ରାକୃତିକ ଚମକ ହଜିଯିବା ସହ ତ୍ୱଚାରେ ଦାଗ-ଚିହ୍ନ,ବ୍ରଣ,ଚର୍ମ କୁଞ୍ଚନ ପଡ଼ିଥାଏ । ଏହା ସହିତ କମ୍ ବୟସରେ ବାର୍ଦ୍ଧକ୍ୟ ଦେଖାଯାଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ତ୍ୱଚାକୁ ପୋଷଣ ଦରକାର । ଏପରି କ୍ଷେତ୍ରରେ ଆପଣ ଆଣ୍ଟି-ଅକ୍ସିଡାଣ୍ଟ,ଆଣ୍ଟି ବ୍ୟାକ୍ଟେରିଆଲ ଆଦି ଗୁଣରେ ଭରପୂର ଗ୍ରିନ୍ ଟି ଫେସ୍ ମିଷ୍ଟ ପ୍ରସ୍ତୁତ କରି ତ୍ୱଚାରେ ଲଗାଇ ପାରିବେ । ଏହା ଲଗାଇବା ଦ୍ୱାରା ଏସବୁ ସମସ୍ୟାରୁ ମୁକ୍ତି ମିଳିପାରିବ । ଆସନ୍ତୁ ଜାଣିବା ଏହାକୁ ସହଜରେ ଘରେ ପ୍ରସ୍ତୁତ କରିବାର ବିଧି :
ସାମଗ୍ରୀ :
ଗ୍ରୀନ୍ ଟି (ପତ୍ର) ୧ ବଡ଼ ଚାମଚ
ଗୋଲାପ ଜଳ ୧ଚାମଚ
ରୋଜ ହିପ୍ ଅୟେଲ୍ ୩-୪ବୁନ୍ଦା
ପାଣି ୧/୨କପ୍
ପ୍ରସ୍ତୁତି :
- ସର୍ବପ୍ରଥମେ ଏକ ପ୍ୟାନରେ ପାଣି ଏବଂ ଗ୍ରିନ୍ ଟି ପତ୍ର ମିଶାଇ ୧୦ମିନିଟ୍ ଫୁଟାନ୍ତୁ ।
- ପାଣିକୁ ଥଣ୍ଡା କରି ଛାଣନ୍ତୁ ।
- ଏବେ ଏଥିରେ ପ୍ରତିଦିନ ହିପ୍ ଏବଂ ଗୋଲାପ ଜଳ ମିଶାନ୍ତୁ ।
- ପ୍ରସ୍ତୁତ ମିଶ୍ରଣକୁ ସ୍ପ୍ରେ ବୋତଲରେ ଭର୍ତ୍ତି କରି ଫ୍ରିଜରେ ରଖି ଦିଅନ୍ତୁ ।
ଏପରି କରନ୍ତୁ ବ୍ୟବହାର :
ତ୍ୱଚା ରୁକ୍ଷ ହେଲେ କିମ୍ବା ଶୁଷ୍କ ହେଲେ ଏହି ସ୍ପ୍ରେକୁ ତ୍ୱଚାରେ ଛାଟନ୍ତୁ । ଧ୍ୟାନ ରଖନ୍ତୁ ଏହାକୁ ଲଗାଇବା ପୂର୍ବରୁ ନିଜ ଆଖି ବନ୍ଦ କରି ଦିଅନ୍ତୁ ।
ଫେସ୍ ମିଷ୍ଟ ଲଗାଇବାର ଫାଇଦା :
୧. ରୁକ୍ଷ ତ୍ୱଚା ସମସ୍ୟା ଦୂର ହୋଇ ତ୍ୱଚା ଆର୍ଦ୍ର ହୋଇଥାଏ ।
୨. ମେକଅପ୍ କରିବା ପୂର୍ବରୁ ଏହା ଲଗାଇବା ଦ୍ୱାରା ମେକଅପ୍ ଦୀର୍ଘ ସମୟ ଯାଏଁ ବଜାୟ ରହିଥାଏ ।
୩. ତ୍ୱଚାରେ ଜମିଥିବା ଅତିରିକ୍ତ ତେଲିଆପଣ ଦୂର ହୋଇଥାଏ ।
୪. ଖାସ୍ କରି ଗ୍ରୀଷ୍ମଦିନେ ତ୍ୱଚାରେ ଆଲର୍ଜି,ଜ୍ଜ୍ୱ ଳନ ଏବଂ କୁଣ୍ଡିଆ ହୋଇଥାଏ । ଏପରି କ୍ଷେତ୍ରରେ ଏହି ସ୍ପ୍ରେକୁ ବ୍ୟବହାର କରିବା ଲାଭଦାୟକ ହୋଇଥାଏ ।
୫. ଆପଣ ଏହି ସ୍ପ୍ରେକୁ ନିଜ କେଶରେ ଫ୍ରିଜିନେସ୍ କମ୍ କରିବା ପାଇଁ ମଧ୍ୟ ବ୍ୟବହାର କରିପାରିବେ । ଏହା ଦ୍ୱାରା କେଶ ଠିକଭାବେ ସେଟ୍ ହୋଇଯାଇଥାଏ ।