ସ୍ୱାସ୍ଥ୍ୟ

ଶୀତରେ ସେଓର ସାଲାଡ୍

ସତ୍ୟଶିଖା ୨୬/୧୧/୨୦୨୦ : ପ୍ରତ୍ୟେକ ଋତୁରେ ସାଲାଡ୍ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ । ବିଶେଷ କରି ଦ୍ବିପହର ଭୋଜନ ସମୟରେ ନିୟମିତ ଭାବେ ଅଳ୍ପ ପରିମାଣର ସାଲାଡ୍ ଖାଇଲେ ଭଲରେ ହଜମ ହୋଇଥାଏ । ଶୀତରେ ଏଥରକ ପ୍ରସ୍ତୁତ କରନ୍ତୁ ସୁଆଦିଆ ସାଲାଡ୍ । କାକୁଡ଼ି, ଟମାଟୋ ସାଲାଡ୍‌ଠାରୁ ଏହାର ସ୍ବାଦ ଭଲ ହେବା ସହ ଶରୀରକୁ ମଧ୍ୟ ଶକ୍ତି ଯୋଗାଏ ।
– ସେଓର ଚୋପା ଛଡ଼ାଇ ଛୋଟଛୋଟ କରି କାଟିନେବେ । ଏକ ପାତ୍ରରେ କଟା ସେଓ ରଖି ସେଥିରେ ଚିମୁଟାଏ କଳା ଲୁଣ, ଚିମୁଟାଏ ଲାଲ ଲଙ୍କା ଗୁଣ୍ଡ, ୧ ଚାମଚ ଜିରା ଗୁଣ୍ଡ, ୧ଚାମଚ ଚାଟ୍ ମସଲା, ଅଧ ଚାମଚ ଲେମ୍ବୁ ରସ ଓ ଅଳ୍ପ ମହୁ ନେଇ ଭଲରେ ମିଶାଇନେବେ । ଦିନବେଳା ଭାତ, ଡାଲି, ତରକାରି ସହ ଏଇ ସେଓ ଚାଟ୍ ସାଲାଡ୍ ଖାଇପାରିବେ ।– ଇଉରୋପୀୟ ରାଷ୍ଟ୍ରରେ ସେଓର ଏଭଳି ସାଲାଡ୍‌ ଖାଦ୍ୟପ୍ରେମୀଙ୍କ ଖୁବ୍ ପ୍ରିୟ । ବ୍ରୋକୋଲି ଓ ଗାଜରକୁ ପ୍ରଥମେ ଛୋଟ ଆକାରରେ କାଟି ରଖିବେ । ସେଥିରେ ସେଓ ଗୋଟିଏକୁ ପତଳା କାଟି ମିଶାଇବା ପରେ ମାୟୋନିଜ୍ ୧ଚାମଚ, ଦହି ଅଳ୍ପ, ଲେମ୍ବୁ ରସ, ଚିନି ୧ଛୋଟ ଚାମଚ, ଗୋଲ ମରିଚ ଗୁଣ୍ଡ ଅଧ ଚାମଚକୁ ଭଲରେ ଗୋଳାଇନେବେ । ୫ ମିନିଟ୍ ଘୋଡ଼ାଇ ରଖିବା ପରେ ଏଇ ସାଲାଡ୍ ଖାଇବେ ।
– ଏକ ବଡ଼ ପାତ୍ରରେ ୨ଚାମଚ ଅଲିଭ ତେଲ ନେଇ ସେଥିରେ ଅଧ ଚାମଚ ଲେମ୍ବୁ ରସ, ୧ଚାମଚ ମହୁ, ଲୁଣ, ଗୋଲମରିଚ ଗୁଣ୍ଡ ୧ଚାମଚ ଭଲରେ ମିଶ୍ରଣ କରିବେ । ପାଳଙ୍ଗ ପତ୍ରକୁ ଚୂନାଚୂନା କାଟି ରଖି ସେଓ ମଧ୍ୟ କାଟିନେବେ । ଘରେ ପନିର୍ ଥିଲେ, କାଟି ବ୍ୟବହାର କରିପାରିବେ । ସମସ୍ତ ସାମଗ୍ରୀକୁ ମିଶାଇ ସାଲାଡ୍ ଭାବେ ଖାଆନ୍ତୁ । ବିଭିନ୍ନ ପ୍ରକାରର ସେଓର ଏଭଳି ସାଲାଡ୍ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତ ବଢ଼ିଥାଏ ।

Show More
Back to top button