ସତ୍ୟଶିଖା (ଭୁବନେଶ୍ୱର) ୨୪/୧୧/୨୦୨୦ : ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଓ ରକ୍ଷଣାବେକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦୀର୍ଘବର୍ଷ ହେବ ଶାନ୍ତିସ୍ତୂପ ମରାମତି ଅଭାବରୁ ବିପଦ ସଙ୍କୁଳ ହୋଇପଡିଥିବା ଏବଂ ଧଉଳି ଶାନ୍ତିସ୍ତୁପର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ଏହାର ଖୁବ୍ ଶିଘ୍ର ମରାମତି କରାଯିବା ସହ ଏହାର ଉଚିତ ରକ୍ଷଣାବେକ୍ଷଣ ପାଇଁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖିଥିବା ଜଣାପଡିଛି । କିଛି ଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଧଉଳି ଶାନ୍ତିସ୍ତୁପର ପରିଦର୍ଶନରେ ଯାଇ ସ୍ଥିତି ସମୀକ୍ଷା କରିବା ସହ ସେଠାରେ ରହୁଥିବା ବୌଦ୍ଧ ସନ୍ୟାସୀମାନଙ୍କ ସହ ବିସ୍ତୁତ ଭାବେ ଆଲୋଚନା କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଡଙ୍ଗୀ ଧଉଳି ଶାନ୍ତି ସ୍ତୁପର ବିକାଶ ପାଇଁ
