
ସତ୍ୟଶିଖା (ନୂଆଦିଲ୍ଲୀ) ୦୨/୦୧/୨୦୨୧ : ଭୁବନେଶ୍ୱରର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ଏସିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ବଭାରତୀୟ ସ୍ତରର ମିଳିତ ସର୍ଭେରେ ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହୋଇଛନ୍ତି l ୨୦୨୦ ବର୍ଷ ଲାଗି ଏହି ଦୁଇ ସଂସ୍ଥା ଦ୍ବାରା ଅପରାଜିତା ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି । ଆଜି ଏ ବିଷୟରେ ଦୁଇ ଅନୁଷ୍ଠାନ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯିବା ପରେ ରାଜ୍ୟବ୍ୟାପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି l
ଶ୍ରେଷ୍ଠ ସାଂସଦ ମନୋନୀତ ହେବା ପରେ ଟୁଇଟ୍ କରି ନିଜ ପ୍ରତିକ୍ରିୟାରେ ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି,‘ଏସିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆର ଫଳାଫଳ ଜାଣି ମୁଁ ଆନନ୍ଦିତ । ଲୋକଙ୍କ ପାଇଁ ଗତ ବର୍ଷ କରିଥିବା କାମର ଏହା ପୁରସ୍କାର, ଯାହାକି ମୋତେ ଅନେକ କିଛି ଶିଖାଇବ । ଏଥିପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି ।’






