
ସତ୍ୟଶିଖା (ବାରିପଦା) ୨୮/୧୧/୨୦୨୦ : ପୁଣି ବିବାଦରେ ଫଶିଯାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ମହାପ୍ରଭୁଙ୍କ ମୁରୁଜରେ ପାଦ ଥୋଇ ବିବାଦଘେରକୁ ଆସିଛନ୍ତି ଅପରାଜିତା । ଗତକାଲି ନାଗାଜ୍ଜୁନ ବେଶ ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲ । ବିଜେପି ସାଂସଦ ଅପରାଜିତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯାଉଥିବା ବେଳେ ମୁରୁଜରେ ଅଙ୍କାଯାଇଥିବା ଠାକୁରଙ୍କ ପ୍ରତିମାରେ ଚଢିଯାଇଥିଲେ ।ସାଂସଦ ଚଢିବା ଦେଖି ସେଠାରେ ଥିବା ଲୋକେ ତାଙ୍କୁ ଅଟାକାଇଥିଲେ, ପରେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିନଥିଲେ ସାଂସଦ । ଏନେଇ ବାରିପଦା ଟାଉନ ଥାନାରେ ଏତଲା ଦେଇଛନ୍ତି ସମାଜସେବୀ ଅରୁଣ କୁମାର ବେହେରା । ସାଂସଦଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ଏପରିକି ଘଟଣାକୁ ନେଇ ସେବାୟତ ମହାସଂଘର ସଭାପତି କାମେଶ୍ୱର ତ୍ରିପାଠୀ ମଧ୍ୟ କଡା ପ୍ରତିକ୍ରିୟା ଦେଇଛନ୍ତି ।