ସତ୍ୟଶିଖା (ଭୁବନେଶ୍ୱର) ୨୬/୦୧/୨୦୨୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରଧାନମନ୍ତ୍ରୀ ଜାତୀୟ ବାଲ ପୁରସ୍କାର’ ପ୍ରାପ୍ତ ଶିଶୁମାନଙ୍କ ସହ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍ ଭଳି କଠିନ ସମୟରେ ଏହି ଶିଶୁମାନେ ଅସାଧାରଣ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ସେ କହିଛନ୍ତି ଏହି ଶିଶୁମାନେ ପ୍ରମାଣିତ କରି ଦେଖେଇଛନ୍ତି ଯେ ସଠିକ୍ କାର୍ଯ୍ୟ ସହ ଜଡିତ ହେଲେ ଛୋଟ ଚିନ୍ତାଧାରାରୁ ମଧ୍ୟ ବଡ଼ ଏବଂ ପ୍ରଭାବଶାଳୀ ଫଳାଫଳ ମିଳିପାରିବ । ଏହି ପୁରସ୍କାରପ୍ରାପ୍ତ ପିଲାମାନଙ୍କର ସଫଳତା ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇଛି ଏବଂ ଦେଶପାଇଁ କାର୍ଯ୍ୟକଲେ ଏହା ଅନ୍ୟମାନଙ୍କ ଚିନ୍ତାଧାରାକୁ ମଧ୍ୟ ପରିବର୍ତ୍ତନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଓଡ଼ିଶାର ଅନ୍ୱେଷ ଶୁଭମ୍ଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ବାଲ ପୁରସ୍କାର
