ଟିଭିମନୋରଞ୍ଜନ

‘ଅନୁପମା’ ଫେମ୍‌ ଅଭିନେତ୍ରୀ ମାଧବୀ ଗୋଗଟେ।ଙ୍କ ଦେହାନ୍ତ

ସତ୍ୟଶିଖା(ମୁମ୍ବାଇ) ୨୨.୧୧.୨୦୨୧: ପରଲୋକରେ ପ୍ରସିଦ୍ଧ ଟିଭି ସିରିଏଲ୍‌ ‘ଅନୁପମା’ର ଅଭିନେତ୍ରୀ ମାଧବୀ ଗୋଗଟେ। ୫୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। କିଛି ଦନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର  ମଧ୍ୟ ଆସିଥିଲା। କିନ୍ତୁ ରବିବାର ଅପରାହ୍ଣ ପୁଣି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଅଭିନେତ୍ରୀ ମାଧବୀ ମୁମ୍ବାଇର ସେଭେନ୍‌ ହିଲ୍ସ ହସ୍ପିଟାଲରେ ଅନ୍ତିମ ନିଶ୍ୱାସ ନେଇଛନ୍ତି।

ଟିଭି ସିରିଏଲ୍‌ ଜଗତରେ ମାଧବୀ ଗୋଗଟେ ଏକ ଜଣାଶୁଣା ନାଁ। ସେ ଅନେକ ଟିଭି ସିରିଏଲ୍‌ରେ କାମ କରିଛନ୍ତି। ନିକଟରେ ସେ ପ୍ରସିଦ୍ଧ ଟିଭି ସିରିଏଲ୍‌ ‘ଅନୁପମା’ରେ କାମ କରୁଥିଲେ। ଏଥିରେ ସେ ସିରିଏଲ୍‌ ମୁଖ୍ୟ ଚରିତ୍ର ‘ଅନୁପମା’ର ମା’ ଭୂକିମାରେ ଅଭିନୟ କରିଥିଲେ। କିନ୍ତୁ କିଛି ଦିନ ପୂର୍ବରୁ ହିଁ ସେ ଶୋ’ ଛାଡି ଦେଇଥିଲେ। ଏହାପରେ ଅନୁପମା’ର ମା’ ଚରିତ୍ରରେ ସବିତା ପ୍ରଭୁନେ ଅଭିନୟ କରୁଛନ୍ତି।

Show More
Back to top button