ଜଗତସିଂହପୁର ଜିଲ୍ଲାରେ ବୋମା ବିସ୍ଫୋରଣ l


ସତ୍ୟଶିଖା ( ଜଗତସିଂହପୁର ) ୧୦ .୦୮.୨୦୨୦ : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଡେରିକି ଗୋବରୀ କୁଳ ଗାଁରେ ବୋମାମାଡ଼ । ବୋମା ବିସ୍ଫୋରଣ କରୁଥିବାବେଳେ ହାତରେ ବୋମା ଫୁଟି ଜଣେ ଅପରାଧୀ ଆହତ ହୋଇଛି । ଆହତ ଅପରାଧି ଖଇରା ଗାଁର ସମରା ରାୟ। ତାକୁ ଜଗତସିଂହପୁର ଜିଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇ ସହଯୋଗୀ ନାଉଗାଁ ପୋଲିସ ଦ୍ୱାରା ଅଟକ ରହିଛନ୍ତି । ପ୍ରେମ ଜନିତ ଘଟଣାକୁ ନେଇ ବୋମାମାଡ଼ ହୋଇଥିବାର ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ଖଇରା ଗାଁର ସମରା ରାୟ ୫ ଜଣ ଯୁବକଙ୍କ ସହ ମିଶି ଗୋବରୀ କୁଳ ଗାଁର ଜଣଙ୍କ ଘରେ ପଶି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ସହ ଖେଳନା ବନ୍ଧୁକ ଦେଖାଇ ଭୟଭୀତ କରିଥିଲା । ପରେ ଝିଅକୁ ଜୋର ଜବରଦସ୍ତ ଉଠାଇ ନେବାକୁ ଉଦ୍ୟମ କରିଥିଲେ । ହେଲେ ଯୁବତୀଙ୍କ ପରିବାର ଲୋକେ ଏହାର ପ୍ରତିବାଦ କରିବାରୁ ସମରା ତାଙ୍କ ଘର ଉପରକୁ ବୋମା ପକାଇବାକୁ ଉଦ୍ୟମ କରୁଥିବାବେଳେ ବୋମାଟି ତା ନିଜ ହାତରେ ଫୁଟି ଯାଇଥିଲା । ନାଉଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।