
ସତ୍ୟଶିଖା (ନୂଆଦିଲ୍ଲୀ) ୧୧/୦୧/୨୦୨୧ : କୋଚିରେ ରହୁଥିବା ୩୧ ବର୍ଷୀୟ ରାହୁଲ ପାନିକର ବିଶ୍ୱର ପ୍ରସିଦ୍ଧ ବଡିବିଲ୍ଡର ଲାରୀ ହ୍ୱିଲସଙ୍କୁ ମୁଷ୍ଟି ଯୁଦ୍ଧରେ ପରାସ୍ତ କରିଛନ୍ତି । ଦୁବାଇରେ ଖେଳାଯାଇଥିବା ଏହି ମୁକାବିଲାରେ ରାହୁଲ ପ୍ରଥମ ଦୁଇଟି ରାଉଣ୍ଡ ହାରି ଯାଇଥିଲେ । କିନ୍ତୁ ଅନ୍ୟ ରାଉଣ୍ଡରେ ସେ ଲେରୀଙ୍କ ଉପରେ ଭାରି ପଡିଥିଲେ ।
ସୂଚନାନୁସାରେ, ଏହି ମୁକାବିଲା ୫ଟି ରାଉଣ୍ଡରେ ଖେଳାଯାଇଥିଲା । ପ୍ରଥମ ଦୁଇଟି ରାଉଣ୍ଡରେ ଲାରୀ ଆଗରେ ରହିଥିଲେ । କିନ୍ତୁ ଶେଷ ତିନୋଟିରେ ରାହୁଲ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହାସହ ବିଜୟ ଲାଭ କରିଥିଲେ । ଏହି ବିଜୟର ଭିଡିଓ ରାହୁଲ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହା ବହୁ ମାତ୍ରାରେ ଭାଇରାଲ ମଧ୍ୟ ହୋଇଛି । ରାହୁଲ ଏବେ ନ୍ୟାଶନାଲ ଆର୍ମ ରେସଲିଂ ଚାମ୍ପିଅନ ଅଛନ୍ତି । ଗତ ୧୦ ବର୍ଷରେ ସେ ୬ଟି ଜାତୀୟ ମେଡାଲ ପାଇଛନ୍ତି ।ଲାରୀଙ୍କ ଓଜନ ୧୧୦ କେଜି ହୋଇଥିବା ବେଳେ ସେ ୬ ଫୁଟ୍ ଅଟନ୍ତି । ତାଙ୍କ ନାମରେ ଅନେକ ଆନ୍ତର୍ଜାତୀୟ ରେକର୍ଡ ରହିଛି । ତେବେ ରାହୁଲ ପ୍ରାୟ ୭୦ କେଜିର ଅଟନ୍ତି । ଭାରତୀୟ ଅଭିନେତା ତଥା ବିଗବସ୍ ସିଜିନ-୩ର ବିଜେତା ରହିଥିବା ବିନ୍ଦୁ ଦାରା ସିଂ ଏହି ଭିଡିଓକୁ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।