ସତ୍ୟଶିଖା(ମୁମ୍ବାଇ: )୩୦.୧୧.୨୦୨୨: ବୋନି କପୁରଙ୍କ ଝିଅ ଏବଂ ଅର୍ଜୁନ କପୁରଙ୍କ ସାନ ଭଉଣୀ ଅଂଶୁଲା କପୁର ନିଜ ପ୍ରେମ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚାରେ। ବଡ଼ ଭଉଣୀ ଭାବେ ଅଭିନେତ୍ରୀ ଜାହ୍ନବୀ କପୁର ଓ ଖୁସି କପୁରଙ୍କ ଯତ୍ନ ନେଉଥିବାରୁ ପ୍ରଶଂସିତ ହୋଇଥିବା ଅଂଶୁଲା ଏବେ ନିଜ ପ୍ରେମିକଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ତଳେ ଅଂଶୁଲା ଗୋଆକୁ ଛୁଟି କଟାଇବାକୁ ଯାଇଥିଲେ। ହେଲେ ପରିବାର ସହ ନୁହେଁ ନିଜ ପ୍ରେମିକଙ୍କ ସହ ସେ ଛୁଟି କଟାଇବାକୁ ଯାଇଥିବା ଚର୍ଚ୍ଚା ହେଉଛି। ଗତ କିଛି ଦିନ ହେବ ଅଂଶୁଲା କପୁର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜଣେ ଯୁବକଙ୍କ ସହ ଫଟୋ ସେୟାର କରୁଥିବା ଦେଖିବାକୁ ମିଳିଛି। ଲଗାତାର ଜଣେ ଯୁବକଙ୍କ ସହ ଫଟୋ ସେୟାର କରିବା ପରେ ଯୁବକଜଣକ ଅଂଶୁଲାଙ୍କ ପ୍ରେମିକ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅଂଶୁଲାଙ୍କ ସହ ନଜର ଆସୁଥିବା ଯୁବକଜଣକ ସ୍କ୍ରିନରାଇଟର ରୋହନ ଠକ୍କର ବୋଲି ଜଣାପଡ଼ିଛି। ଯେତେବେଳେ ଦୁହେଁ ନିଜ ଇନଷ୍ଟାଗ୍ରାମରେ ସେମାନଙ୍କର ରୋମାଣ୍ଟିକ ଭିଡିଓ ସେୟାର କରିଥିଲେ ସେତେବେଳେ ଅଂଶୁଲା ଏବଂ ରୋହନ ପରସ୍ପରକୁ ଡେଟ କରୁଥିବା ନେଇ ଆଲୋଚନା ଆରମ୍ଭ ହୋଇଥିଲା। କୁହାଯାଉଛି ଯେ, ଚଳିତ ବର୍ଷ ଦୁହେଁ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ। ଉଭୟଙ୍କ ପରିବାର ଏବିଷୟରେ ଜାଣିଥିବା ବେଳେ ଦୁହିଁଙ୍କ ସମ୍ପର୍କକୁ ନେଇ ଖୁସି ଅଛନ୍ତି। ତେବେ ଅଂଶୁଲାଙ୍କୁ ଏବିଷୟରେ ପଚରାଯିବା ପରେ ସେ ଏବିଷୟରେ କିଛି ବି କହିବାକୁ ମନା କରିଛନ୍ତି।
ରୋହନ ଠକ୍କର ଙ୍କୁ ଡେଟ୍ କରୁଛନ୍ତି ଅଂଶୁଲା କପୁର
