ସତ୍ୟଶିଖା ୧୬ .୦୯.୨୦୨୦ : ରାଜ୍ୟର ପ୍ରମୁଖ ମଧୁର ଜଳ ହ୍ରଦ କହିଲେ ବୁଝାଏ ଅଂଶୁପାକୁ । କାଶ୍ମୀରର ଡାଲ୍ ହ୍ରଦ ପରେ ଦେଶର ଦ୍ବିତୀୟ ବୃହତ ମଧୁର ଜଳ ହ୍ରଦ ଭାବେ ଏହାର ମାନ୍ୟତା ରହିଛି । କିନ୍ତୁ ପର୍ଯ୍ୟଟକଙ୍କ ଆକର୍ଷଣ ଥିବା ଏହି ହ୍ରଦ ଏବେ ତାର ଅସ୍ତିତ୍ବ ହରାଇବାକୁ ବସିଛି । ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ହ୍ରଦର ଶହେ ଏକର ଅଂଚଳ ଜବରଦଖଲକୁ ଚାଲିଗଲାଣି । ନାଗା ବା ରାଜ ଦଳ ସଫେଇ ପାଇଁ ଟଙ୍କା ଖର୍ଚ୍ଚ ହେଉଥିଲେ ବି ଦଳ ମାଡ଼ି ହ୍ରଦ ସଙ୍କୁଚିତ ହେବା ସହିତ ସୌନ୍ଦର୍ଯ୍ୟ ବି ହ୍ରାସ ପାଇ ଚାଲିଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ହାତରେ ଅଂଶୁପା ବିକାଶ ଯୋଜନା ରହିଥିଲେ ବି ବର୍ତ୍ତମାନ ସ୍ଥିତିରେ ଏହା ହୁଏତ ପର୍ଯ୍ୟଟନ ମାନଚିତ୍ରରୁ ହଜିଯିବା ଭଳି ଆଶଙ୍କା ସୃଷ୍ଟି କରିଛି ।