ଦେଶ

ହାରିଲା କରୋନା, ଜିତିଲେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହୋଇ ଗୁରୁତର ହୋଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୁସ୍ଥ ହୋଇଛନ୍ତି। ଶୁକ୍ରବାର ହୋଇଥିବା କରୋନା ପରୀକ୍ଷାରେ ରିପୋର୍ଟ ନେଗେଟିଭ୍ ଆସିଛି। ଖୁବଶୀଘ୍ର ସେ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ସୂଚନା ରହିଛି। ଏବେ ସେ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ରହିଛନ୍ତି।

ଆହୁରି ପଢ଼ନ୍ତୁ

ଜୁନ ୧୬ରେ ସତ୍ୟେନ୍ଦ୍ର ଜୌନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଥିଲା। ଏହାପରେ ତାଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜୁନ ୧୭ରେ ଜଣାପଡ଼ିଥିଲା ଦିଲ୍ଲୀର ଏହି ୫୫ ବର୍ଷୀୟ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ଜଣାପଡ଼ିଥିଲା ତାଙ୍କ ଫୁସଫୁସକୁ କରୋନା ସଂକ୍ରମିତ ହୋଇଛି। ଏହାପରେ ଜୁନ୍ ୧୯ ରେ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ମ୍ୟାକ୍ସ ହସ୍ପିଟାଲରେ ସତ୍ୟେନ୍ଦ୍ର ଭର୍ତ୍ତି ହେବା ପରେ ପ୍ଲାଜମା ଥେରାପି ଦିଆଯାଇଥିଲା। ଏହା ପରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥିଲା। ଜ୍ୱର ମଧ୍ୟ କ୍ରମଶଃ କମିଥିଲା। ଏବେ ସେ ସୁସ୍ଥ ହୋଇଯାଇଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button